Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭବାନୀପାଟଣା ପୁରୁଣାପଡା ପୋଖରୀ ର ପୁନଃରୁଦ୍ଧାର କେବେ …?

ଭବାନୀପାଟଣା, ୩୦/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ପୌର ସଂସ୍ଥା ଅନ୍ତର୍ଗ୍ରତ ୧୪ ନମ୍ବର ୱାର୍ଡ ର ପୁରୁଣା ପଡା ଶିବ ମନ୍ଦିର ନିକଟ ରେ ଥିବା ପୋଖରୀ ନିର୍ମିତ ହୋଇଥିଲା ଶହେ ବର୍ଷ ରୁ ଅଧିକ ସମୟ ହେବ। ଦିନ ଥିଲା ଏହି ପୋଖରୀ ର ପାଣିକୁ ପୁରୁଣା ପଡା ବାସି ପାନୀୟ ଜଳ ରୂପେ ବ୍ୟବହାର କରୁଥିଲେ। ସମୟ କ୍ରମେ ଗାଇ ଗୋରୁ ଙ୍କ ଗାଧୁଆ ତୁଠ ହୋଇ ମାଛ ଚାଷ ଆରମ୍ଭ ହେଲା। ସେତେବେଳେ ଅଞ୍ଚଳ ଲୋକେ ପୋଖରୀର ଦାୟିତ୍ୱ ନେଇଥିଲେ। କାଳକ୍ରମେ ଭବାନୀପାଟଣା ପୌରସଂସ୍ଥା ଗଠନ ପରେ ଏହି ପୋଖରୀ ପୌର ସଂସ୍ଥା ଅନ୍ତର୍ଭୁକ୍ତ ହୋଇ ଯାଇଥିଲା.ଏହି ପୋଖରୀ ଉପରେ ପ୍ରଦେଶୀ ପଡା, କାଳି ମନ୍ଦିର ପଡା, ଦେବାନ ସାହେବ ପଡା। ବଡ ପଡା ଓ ପୁରୁଣା ପଡା ଅଞ୍ଚଳ ର ସହସ୍ରା ଲୋକ ପ୍ରତିଦିନ ନିର୍ଭର କରୁଛନ୍ତି। ଏତେ ଲୋକଙ୍କ ବ୍ୟବହାର ଯୋଗୁ ପାଣି ଦୁଷିତ ହେବାରୁ ତତ୍କାଳୀନ ଜିଲ୍ଲାପାଳ ଅଶୋକ ଦଳବାଇ ପୋଖରୀ ରୁ ପଙ୍କ ଉଦ୍ଧାର କାର୍ଯ୍ୟ କରିଥିଲେ। ତାପରେ ସେହିଦିନଠାରୁ ଆଉ ପୋଖରୀ ଖନନ ତଥା ପଙ୍କ ଉଦ୍ଧାର କାର୍ଯ୍ୟ ହୋଇ ନଥିବା ଏବଂ ଡାକ୍ତର ଖାନା ରୁ ନିର୍ଗତ ବର୍ଯ୍ୟ ବସ୍ତୂ, ଜଳଖିଆ ଦୋକାନ ର ଆବର୍ଜନା ପଡି ପାଣି ଦୂଷିତ ହୋଇ ଯାଇଛି। ଏହି ପୋଖରୀ ର ପୁନଃରୁଦ୍ଧାର କରି ସୌନ୍ଦର୍ଯ୍ୟ କରିବା ପାଇଁ ଅଞ୍ଚଳ ତରଫରୁ ଦାବୀ ହୋଇ ଆସୁଛି। ତଥାପି କାହାରି ଦୃଷ୍ଟି ନାହିଁ.ଏହି ପୋଖରୀ ଦେଇ ପ୍ରତିଦିନ ଜିଲ୍ଲାପାଳ, ଏସ ପି ,ବିଧାୟକ, ତହସିଲଦାର ନଗରପାଳ ଯାତାୟାତ କରୁଥିଲେ ବି ଏଥିପ୍ରତି ନିଘା ନାହିଁ। ଏହି ପୋଖରୀ ର ସୌନ୍ଦର୍ଯ୍ୟ କରଣ ପାଇଁ ୩୩ ଲକ୍ଷ ଟଙ୍କା ର ଅନୁଦାନ ଆସିଥିଲେ ବି ସେହି ଫାଇଲ ନାଲି ଫିତା ତଳେ ଚାପି ହୋଇ ରହି ଯାଇଛି। ଶୁଣାଯାଏ ପୌରସଂସ୍ଥା ଲୋକ ପ୍ରତିନିଧି ଙ୍କ ଇଚ୍ଛା ଶକ୍ତି ର ଅଭାବ ଯୋଗୁ ବର୍ଷାଧିକ କାଳ ହେବ କାର୍ଯ୍ୟ କାରି ହୋଇ ପାରୁନାହିଁ। ଏଣୁ ଏହି ପୋଖରୀର ଜଳ କୁ ସ୍ଵଚ୍ଚ ନିର୍ମଳ ରଖିବା ସହ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଦାବୀ ହେଉଛି।