Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଲାମୁଣ୍ଡା ପଞ୍ଚାୟତ ଗୃହ ଠାରେ ବରିଷ୍ଠ ନାଗରିକଙ୍କୁ ବରିଷ୍ଠ ନାଗରିକ ପ୍ରମାଣପତ୍ର ପ୍ରଦାନ

ଭବାନୀପାଟଣା, ୩୦/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲା ଗୋଲାମୁଣ୍ଡା ସ୍ଥିତ ପଞ୍ଚାୟତ ଗୃହ ଠାରେ ବରିଷ୍ଠ ନାଗରିକ ସଙ୍ଘ ର ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ୱାରା ବରିଷ୍ଠ ନାଗରିକ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା. କାର୍ଯ୍ୟକ୍ରମ ରେ ସଙ୍ଘର ସଭାପତି ନକୁଳ ବିଶି ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବରେ ତହସିଲଦାର ଅଶୋକ ପଟ୍ଟନାୟକ, ଗୋଲାମୁଣ୍ଡା ଥାନା ଅଧିକାରୀ ଶ୍ଵେତାପଦ୍ମା ସେଠ, ଶିକ୍ଷାବିତ ସତ୍ୟ ନାରାୟଣ ନେଗୀ ପ୍ରମୁଖ ଉପସ୍ଥିତ ଥାଇ ମଞ୍ଚାସିନ ହୋଇଥିବା ବେଳେ କୃଷ୍ଣ ଚନ୍ଦ୍ର ମୁଣ୍ଡ, ନରସିଂହ ମୁଣ୍ଡ, ସୁବାସ ଚନ୍ଦ୍ର ରାଉତ, ପୀତବାସ ମହାଜନ, ଯାଦୁରାଜ ପାଣିଗ୍ରାହୀ,ନୃତ୍ୟ ମାଝୀ, କୁମର ମଣି ବିଶି ସମେତ 33 ଜଣ ବରିଷ୍ଠ ନାଗରିକ ମାନଙ୍କୁ ବରିଷ୍ଠ ନାଗରିକ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା. କାର୍ଯ୍ୟକ୍ରମ ଟିକୁ ସଙ୍ଘର ସମ୍ପାଦକ ମୁନିଆ ସିପକା ପରିଚାଳନା କରିଥିଲେ. କାର୍ଯ୍ୟକ୍ରମ ରେ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଓ ଚତୁର୍ଭୁଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ