Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନୀ ଦଳକୁ ପସନ୍ଦ ଆସିଲାନି ହୋଟେଲ୍ ଖାଦ୍ୟ, ଅନଲାଇନ ଅର୍ଡର କରି ମଗାଇଲେ ବିରିୟାନୀ-କବାବ

କୋଲକାତା: ବିଶ୍ଵକପରେ ପାକିସ୍ତାନ କ୍ରିକେଟ୍ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଏହାର ମୁଖ୍ୟ କାରଣ ଦଳର ଫିଲ୍ଡିଂ ରହିଛି। ଚଳିତ ବିଶ୍ଵକପରେ ପାକିସ୍ତାନର ଫିଲ୍ଡିଂ ସାଧାରଣ ରହିଛି, ଆଉ ଏହାର ମୁଖ୍ୟ କାରଣ ଖେଳାଳି ସଂପୂର୍ଣ୍ଣ ଫିଟ୍ ନ ରହିବା। ପାକିସ୍ତାନୀ ଖେଳାଳି ଫିଟ୍ ନ ରହିବାର ମୁଖ୍ୟ କାରଣ ହେଉଛି ସେମାନେ ନିଜର ଖାଦ୍ୟ ପେୟ ଉପରେ ନିୟନ୍ତ୍ରଣ ନାହିଁ। ତେଣୁ ଦଳ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ହାରି ଚାଲିଛି। ତଥାପି ଦଳର ଖେଳାଳିଙ୍କ ଉପରେ ଏହାର କୌଣସି ଫରକ ପଡୁନାହିଁ।

ପାକିସ୍ତାନର ଆଜି କୋଲକାତାର ଇଡେନ ଗାର୍ଡେନରେ ବାଂଲାଦେଶ ବିପକ୍ଷରେ ମ୍ୟାଚ୍ ରହିଛି। ଏହି ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନୀ ଖେଳାଳି ହୋଟେଲରେ ଉପଲବ୍ଧ ରାତ୍ର ଭୋଜନ କରି ନାହାନ୍ତି। କାରଣ ଖାଦ୍ୟ ମେନ୍ୟୁରେ ବିରିୟାନୀ ନ ଥିଲା। ଏହି କାରଣରୁ ଦଳର ଖେଳାଳି ଆପ୍ ଜରିଆରେ ବାହାରୁ ଖାଦ୍ୟ ମଗାଇ ଭୋଜନ କରିଛନ୍ତି।

ଗଣମାଧ୍ୟମର ଖବର ଅନୁଯାୟୀ, ପାକିସ୍ତାନ କ୍ରିକେଟ୍ ଦଳର ଖେଳାଳି କୋଲକାତାରେ ଚାପ, ଫିରନି, କବାବ, ଶାହି ଟୁକଡ଼ା ଓ ବିରିୟାନି ମଗାଇ ଖାଇଛନ୍ତି। ଆଉ ଏହି ସବୁ ଖାଦ୍ୟ ଶରୀରକୁ ଅନଫିଟ୍ କରିଥାଏ। ତଥାପି ପାକିସ୍ତାନ ଦଳକୁ ଫିଟନେସକୁ ନେଇ କୌଣସି ଫରକ ପଡ଼େ ନାହିଁ। ତେବେ ପାକିସ୍ତାନୀ ଖେଳାଳିଙ୍କ ବିଷୟରେ ଆସିଥିବା ଏହି ଖବର ବିଷୟରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ। ହୋଇପାରେ ଏହା ଗୁଜବ ମଧ୍ୟ ହୋଇପାରେ।

କିନ୍ତୁ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଓ୍ଵାସିମ ଆକ୍ରମ ନିକଟରେ ଏକ କାର‌୍ୟ୍ୟକ୍ରମରେ କହିଥିଲେ ଯେ, ପାକିସ୍ତାନ ଦଳରେ ବର୍ତ୍ତମାନ ଥିବା ଖେଳାଳିମାନେ ଅନେକ ବର୍ଷ ହେବ ଫିଟନେସ୍ ଟେଷ୍ଟ ଦେଇ ନାହାନ୍ତି। ଏହି ଲୋକେ ପ୍ରତିଦିନ ୮-୮ କିଲୋର ବଟର ଚିକେନ୍ ଖାଇଥାନ୍ତି। ଏହି କାରଣରୁ ସେମାନଙ୍କର ଫିଟନେସ୍ ଖରାପ ଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ