Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ଖଡ଼ିଆଳ : ଦୁର୍ଲଭ ବନ୍ୟ ପ୍ରାଣୀ ‘ବଜ୍ରକାପ୍ତା’କୁ ବିକିପାରିଲେନି। ଚାଳାଣ କରିବା ପୂର୍ବରୁ ବନ ବିଭାଗର ସହଯୋଗରେ ଏସ୍‌ଟିଏଫ୍‌ ଚଢ଼ଉ କରି ଏହାକୁ ଉଦ୍ଧାର କରିଛି । ଖଡ଼ିଆଳ ବନଖଣ୍ଡ ଅଧିନ ବଙ୍କାପୁର ଛକରୁ ମଙ୍ଗଳବାର ପୂର୍ବାହ୍‌ଣରେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଏଥି ସହିତ ଏସ୍‌ଟିଏଫ୍‌ ଜଣେ ଚାଲାଣକାରୀକୁ ଗିରଫ କରିଛି। ଅଭିଯୁକ୍ତ ହେଲା ରଂଜନ କୁମାର ସାହୁ।
ସୂଚନା ଅନୁସାରେ କଳାହାଣ୍ଡି ଜିଲା କେଗାଁ ଥାନା ଅଧୀନ କଣ୍ଟାମାଳ ଗାଁର ଗିରିଶ ସାହୁଙ୍କ ପୁଅ ରଂଜନ କୁମାର ସାହୁ ଏକ ଜୀବନ୍ତ ବଜ୍ରକାପ୍ତା ଚାଲାଣ କରିବା ଉଦ୍ଦେଶ୍ୟରେ ରଖିଥିବା ନେଇ ଏସ୍‌ଟିଏଫ୍‌କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଏସ୍‌ଟିଏଫ୍‌ ଯୋଜନା ମୁତାବକ ଖଡିଆଳ ପୁଲିସ ଥାନା ଅଧୀନ ବଙ୍କାପୁର ଛକରେ ଆଜି ପୂର୍ବାହ୍‌ଣରେ ପହଞ୍ଚି ଥିଲା। ଏସ୍‌ଟିଏଫ୍‌ ରଂଜନ କୁମାର ସାହୁଙ୍କ ଚାରିଚକିଆ ଯାନ ଭିତରେ ଜୀବନ୍ତ ବଜ୍ରକାପ୍ତାକୁ ଠାବ କରିଥିଲା। ଏସ୍‌ଟିଏଫ୍‌ ଏନେଇ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ରଂଜନକୁ ଗିରଫ କରିବା ସହିତ ଜୀବନ୍ତ ବଜ୍ରକାପ୍ତାକୁ ଖଡ଼ିଆଳ ଡିଏଫ୍‌ଓଙ୍କୁ ହସ୍ତାନ୍ତର କରିଛି।
ସୂଚନାଯୋଗ୍ୟ ଭାରତୀୟ ଦୁର୍ଲଭ ପ୍ରାଣୀ ବଜ୍ରକାପ୍ତା ବୁଦାଳିଆ ତଥା ସନ୍ତସନ୍ତିଆ ଜଙ୍ଗଲରେ ରହିଥାଏ। ଦେଖିବାକୁ ସୁନ୍ଦର ଓ ଏହା ଏକ ମୂଲ୍ୟବାନ ପ୍ରାଣୀ ହୋଇଥିବାରୁ ଶିକାରୀମାନେ ଏହାରି ଉପରେ ନଜର ରଖିଥାନ୍ତି। ଶିକାରୀମାନଙ୍କ ଠାରୁ ଚାଲାଣକାରୀମାନେ ଅଳ୍ପ ମୂଲ୍ୟରେ କିଣି ବିଦେଶକୁ ଚାଲାଣ କରି ଲକ୍ଷାଧିକ ଟଙ୍କା ଉପାର୍ଜନ କରିଥାନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ