ଖଡ଼ିଆଳ : ଖଡ଼ିଆଳ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଏନ.ଏସ. ଏସ. ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଯାଇଅଛି l ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଫୋଟଚିତ୍ରରେ ପୁଷ୍ପ ଅର୍ପଣ କରି ଉକ୍ତ ସଭାଟିକୁ ଏନ. ଏସ. ଏସ. କାର୍ଯ୍ୟକ୍ରମ ଅଧିକାରୀ ସୌମ୍ୟ ରଞ୍ଜନ ସିଂ ଆୟୋଜନ କରି ସ୍ୱାଗତ ଅଭିଭାଷଣ ଦେଇଥିଲେ l ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧକ୍ଷ ଡ. ଅକ୍ଷୟ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ଏହି ଦିବସ ପାଳନ କରିବାର ତlତ୍ପର୍ଯ୍ୟ ଏବଂ ଲକ୍ଷ୍ୟ ତଥା ଭାରତର ଏକତlକୁ ଆଗାମୀ ଭବିଷ୍ୟତରେ କିପରି ସୁରକ୍ଷିତ କରା ଯାଇପାରିବ ସେ ସମ୍ବନ୍ଧରେ ଉଦବୋଧନ ଦେଇଥିଲେ l ଓଡ଼ିଆ ବିଭାଗ ମୁଖ୍ୟ ଜୟଶଙ୍କର ଭୋଇ ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜୀବନ ସମ୍ବନ୍ଧରେ ଆଲୋକପାତ କରିଥିଲେ l ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡ. ଉତ୍ତମ କୁମାର ମଣ୍ଡଳ ପରେ ବିଭାଜିତା ଭାରତର ସମସ୍ତ ରାଜ୍ୟକୁ ଏକତ୍ରିତ କରି ଏକ ବିରାଟ ଭାରତବର୍ଷ ଗଠନରେ ପଟେଲଙ୍କ ଅବଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ l ଏହା ପରେ ଉପସ୍ଥିତ ଏନ. ଏସ. ଏସ. ସ୍ୱେଚ୍ଛାସେବୀ ତଥା ଅଧ୍ୟାପକ ଅଧ୍ୟାପିକାବୃନ୍ଦ ରାଷ୍ଟ୍ରୀୟ ଏକତା ଦିବସ ଶପଥ ଗ୍ରହଣ କରିଥିଲେ l ଅନ୍ତିମରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେଇଥିଲା l ଉକ୍ତ ସଭାରେ ଶିବ କୁମାର, ରାନୁ କିସ୍କୁ, ସୁରେନ୍ଦ୍ର କଲେଟ, ଲଳିତ ଡୁଙ୍ଗ ଡୁଙ୍ଗ, ଜୟଶ୍ରୀ ମାର୍ଥା ତଥା ପାୟଲ, ପ୍ରତିମା, ବୃନ୍ଦାବନ, ରାହୁଲ, ହରିପ୍ରିୟା, ସଂଗୀତା ପ୍ରମୁଖ ଉପସ୍ଥିତ ଥିଲେ l