ଖଡ଼ିଆଳ : ସ୍ଥାନୀୟ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ସୁରବିଜୟ କାନ୍ତ ତାଣ୍ଡି ଚାକିରିରୁ ଅବସର ଗ୍ରହଣ କରିଥିବା ଯୋଗୁଁ ବିଦ୍ୟାଳୟ ତରଫରୁ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୋଷ କୁମାର ସାହୁଙ୍କ ଅଧ୍ଯକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ଯକ୍ଷ ସମ୍ରାଟ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ତାଣ୍ଡିଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର, ଉପଢୌକନ ତଥା ଉପହାର ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଗୌରାଙ୍ଗ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଅଶୋକ କୁମାର ବେହେରା ମାନପତ୍ର ପଠନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଗୌରୀ ଶଙ୍କର ଦୁବେ , ଅତିଥି ଶିକ୍ଷକ ଅକ୍ଷୟ କୁମାର ରଥ , ପ୍ରଶାନ୍ତ କୁମାର ପଣ୍ଡା, ଶ୍ଯାମ ନାରାୟଣ ମୁଣ୍ଡ , ରତନ ସିଂ ବାରିକ, ଅଶୋକ କୁମାର ବେହେରା, ପ୍ରଭୁଦତ୍ତ ପୁରୋହିତ, ନୀଳିମାରାଣୀ ସାଗର, ରାଜଶ୍ରୀ ଦଣ୍ଡସେନା, ନିରଞ୍ଜନ ବିଶ୍ବାଳ , ଧନଞ୍ଜୟ ମଲ୍ଲିକ, ସାଗର ବାଗ, ଗଜିନ୍ଦ୍ର ହରିଜନ, ହେମସାଗର ଶବର, ମହମ୍ମଦ କଲାମ ପ୍ରମୁଖ ଶ୍ରୀଯୁକ୍ତ ତାଣ୍ଡିଙ୍କ କାର୍ଯ୍ୟକଳାପ ଉପରେ ଆଲୋଚନା କରି ପ୍ରଶଂସା କରିଥିଲେ । ଦୀପକ ରଞ୍ଜନ ଯୋଷୀ, ଅଶ୍ୱିନୀ ପଟ୍ଟନାୟକ, ଦମୟନ୍ତୀ ବିଶି ପ୍ରମୁଖ ସହଯୋଗ କରିଥିଲେ। ପ୍ରକାଶ ଥାଉକି, ଶ୍ରୀଯୁକ୍ତ ତାଣ୍ଡି ୧୯୮୫ ମସିହାରେ ନୂଆପଡ଼ା ସ୍ଥିତ ସରକାରୀ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟରେ ଯୋଗ ଦେଇଥିଲେ।