କୋକସରା ସରପଞ୍ଚ ସଙ୍ଘ ପକ୍ଷରୁ ବିଡ଼ିଓ ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା।

କୋକସରା:୦୨/୧୧ କୋକସରା ବ୍ଲକ ରେ ଯୋଗ ଦେଇଥିବା ନୂତନ ବିଡ଼ିଓ ସ୍ନେହାପ୍ରଭା ମାଝୀ ଙ୍କୁ ମଙ୍ଗଳବାର କୋକସରା ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ଆମପାଣି ପଞ୍ଚାୟତ ସଭାଗୃହ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସରପଞ୍ଚ ସଙ୍ଘ ର ବ୍ଲକ ସଭାପତି ଲଡୁଗାଁ ସରପଞ୍ଚ ନକୁଳ ନାଏକ ଙ୍କ ସଭାପତିତ୍ୱ ରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ ଓ ଅନ୍ୟ ସରପଞ୍ଚ ମାନେ ଉପସ୍ଥିତ ରହି ବିଡ଼ିଓ ଙ୍କୁ ସ୍ୱାଗତ କରିବା ସହ ଗ୍ରାମ ପଞ୍ଚାୟତ ସ୍ତରରେ ସରକାରୀ ଯୋଜନା ର ସଫଳ ରୂପାୟନ ରେ ତାଙ୍କ ସହଯୋଗ କରିବା ସହ ସରପଞ୍ଚ ସଙ୍ଘ ମଧ୍ୟ ସମସ୍ତ ସରକାରୀ କାର୍ଯ୍ୟ ରେ ସବୁବେଳେ ପ୍ରଶାସନ କୁ ସହଯୋଗ ର ହାତ ବଢ଼ାଇବ ବୋଳି ଉପସ୍ଥିତ ସରପଞ୍ଚ ମାନେ କହିଥିଲେ। ଏହି ଅବସର ରେ କୋକସରା ବ୍ଲକ ଅନେକ ପଞ୍ଚାୟତ ର ସରପଞ୍ଚ ମାନେ ଉପସ୍ଥିତ ଥିଲେ।