Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପାନ୍ତ ଅଞ୍ଚଳ ରେ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଲେ ୫ ଗାଁ ର ବନବାସୀ।

କୋକସରା:୦୨/୧୧(ସନତ ପ୍ରଧାନୀ) କୋକସରା ବ୍ଲକ ଆମପାଣି ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଛି ଅନେକ ବନବାସୀ ଗାଁ, ଦଶନ୍ଧି ଦଶନ୍ଧି ଧରି ଗମନାଗମନ ଓ ଅନ୍ୟ ମୌଳିକ ସମସ୍ୟା ପାଇଁ ପ୍ରଶାସନ ଓ ନେତା ମନ୍ତ୍ରୀ ଙ୍କ ନିକଟରେ ଗୁହାରି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆଖିଦୃଶିଆ ସୁବିଧାସୁଯୋଗ ମିଳିନାହିଁ। ଜାତୀୟ ରାଜପଥ ୨୬ ବିରିମୁହାଁଣ ଛକ ରୁ ୧୨ କିମି ଘଞ୍ଚ ଜଙ୍ଗଲ ଦେଇ ପଥୁରିଆ ରାସ୍ତା ର ଅଣ ଓସାରିଆ ରାସ୍ତା ରେ ଯାତାୟାତ କରନ୍ତି କୂଟରୁ,ଲେକାଆମ,ଆନ୍ଧି ଝରଣ,ସର୍ଗିପାନି,ଗୋଇ ଚଞ୍ଚରା ଭଳି ୫ ଖଣ୍ଡ ଗାଁ ର ବନବାସୀ ମାନେ। ନିର୍ବାଚନ ସମୟରେ ନେତା ମନ୍ତ୍ରୀ ମାନେ ସମସ୍ତ ମୌଳିକ ଅଧିକାର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଅନ୍ତି, ହେଲେ ନିର୍ବାଚନ ପରେ ସବୁ ଧୂଆଁବାଣ ଭଳି ମିଳାଇଯାଏ। ଜଙ୍ଗଲ ମଧ୍ୟରେ ରହିଥିବା କୁଟରୁ ଏକ ରାଜସ୍ବ ଗ୍ରାମ ହୋଇଥିଲେ ମଧ୍ୟ କୌଣସି ମୌଳିକ ସୁବିଧା ନାହିଁ। ଶିକ୍ଷା,ପାନୀୟ ଜଳ, ସ୍ଵାସ୍ଥ୍ୟ,ପିଡ଼ିଏସ ସାମଗ୍ରୀ ପାଇଁ ଏହି ଜଙ୍ଗଳିଆ ରାସ୍ତା ପ୍ରତିବନ୍ଧକ ସାଜିଥିବା ବେଳେ,ବିଗତ ବର୍ଷରେ ପ୍ରସୂତି ମହିଳା ଙ୍କୁ ଖଟିଆ ରେ ନେବା ବାଟରେ ମୃତ ଶିଶୁ ଜନ୍ମ ହେବା ଘରଣା ହେଉ ଅବା ପିଡ଼ିଏସ ସାମଗ୍ରୀ ଆଣିବା ପାଇଁ ହିତାଧିକାରୀ ଙ୍କୁ ୧୨ କିମି ଆମପାଣି ପଞ୍ଚାୟତ କୁ ଆଣିବାକୁ ଯିବା ହେଉ ରାସ୍ତା ଅଣ ଓସାରିଆ ଥିବାରୁ ୫ ଖଣ୍ଡ ଗାଁ ର ଗ୍ରାମବାସୀ ମାନେ ବୈଠକ କରି ମିଳିତ ଭାବେ ଶ୍ରମଦାନ କରି ସୋମବାର ଠାରୁ ଶତାଧିକ ପୁରୁଷ ମାନେ ରାସ୍ତା ମରାମତି କରିବାରେ ଲାଗି ପଡିଛନ୍ତି। ତେବେ ଏନେଇ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ ଙ୍କ ପ୍ରତିକ୍ରିୟା ନେବାରୁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଥିବା କାରଣ ରୁ ରାସ୍ତା ନିର୍ମାଣ ପାଇଁ ଜଙ୍ଗଲ ବିଭାଗ ର ଅନୁମତି ପରେ ରାସ୍ତା ନିର୍ମାଣ ର ବାଟ ଫିଟିବ, ଆମେ ଜିଲ୍ଲାପାଳ ଙ୍କୁ ଏନେଇ ରାସ୍ତା ଓ ବିଦ୍ୟୁତ ପାଇଁ ଲିଖିତ ଭାବେ ଅଭିଯୋଗ କରିଛୁ ବୋଳି କହିଛନ୍ତି।