Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ବିଶାଳ ପଦଯାତ୍ରା ଅନୁଷ୍ଠିତ।

କଳାହାଣ୍ଡି,୧୪/୧୧
ଦେଶରେ ଗଣତନ୍ତ୍ରର ସୁରକ୍ଷା, ଶାନ୍ତି ଓ ସାମାଜିକ ସଦ୍‌ଭାବ ବଜାୟ ରଖିବା ସହ ବିରୋଧୀ ଦଳମାନଙ୍କ ନକାରାତ୍ମକ ରାଜନୀତି ଓ ଅରାଜକତା ବିରୋଧରେ ଜନଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲା ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ପଦଯାତ୍ରା ଆୟୋଜିତ ହୋଇଥିଲା।
ଆଜି ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମେତ କିଛି ରାଜନୈତିକ ଦଳ ଯୁବବର୍ଗଙ୍କୁ ଭ୍ରମିତ କରିବା ସହ ବିନା ତଥ୍ୟ ଓ ଆଧାରରେ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ସାମ୍ବିଧାନିକ ସଂସ୍ଥାର ଗରିମାକୁ କ୍ଷୁଣ୍ଣ କରିବା ପାଇଁ ଅପଚେଷ୍ଟା କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା। ଦେଶରେ ଏକ ନକାରାତ୍ମକ ପରିବେଶ ସୃଷ୍ଟି କରିବା ସହ ଅରାଜକତା ବଢ଼ାଇବା ଭଳି ରାଜନୈତିକ କାର୍ଯ୍ୟକଳାପ ବିରୋଧରେ ଜନସାଧାରଣଙ୍କୁ ସଚେତନ କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ଙ୍କ ନେତୃତ୍ୱରେ ଏହି ବିଶାଳ ପଦଯାତ୍ରା ସ୍ଥାନୀୟ ରେଣ୍ଡୋ ମାଝୀ ମାର୍ଗଠାରୁ ଆରମ୍ଭ ହୋଇ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା।ଏହି ପଦଯାତ୍ରା ମାଧ୍ୟମରେ କଳାହାଣ୍ଡି ବାସୀଙ୍କୁ ଦେଶର ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଏବଂ ବିରୋଧୀ ଦଳମାନଙ୍କ ରାଜନୈତିକ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା। ଦେଶର ଶାନ୍ତି, ଏକତା ଓ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା ପାଇଁ ସମସ୍ତ ନାଗରିକ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଥିଲା ଏହି ପଦଯାତ୍ରା ରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ଶ୍ରୀ ସୁଧିର ରଞ୍ଜନ ପଟ୍ଟଯୋଶୀ,ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର ,ପୂର୍ବତନ ବିଧାୟକ ଅନାମ ନାଏକ, ପୁର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ରାଜ୍ୟ ଉପ ସଭାପତି ଏସ ଟି ମୋର୍ଚ୍ଚା ରମେଶ ମାଝୀ,ଜିଲ୍ଲା ଉପ ସଭାପତି ମୁକେଶ ଅଗ୍ରୱାଲ ,ରୁପେଶ ଜୈନ ,ଜୟ ଶଙ୍କର ନାଏକ,ବରିଷ୍ଟ ନେତା ଭାରତ ଦେଓ,ଅଜୟ ପାଣିଗ୍ରାହୀ ଜିଲ୍ଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକ ଙ୍କ ସମତେ ପଦଯାତ୍ରାରେ ଜିଲ୍ଲାର ବହୁ ବରିଷ୍ଠ ନେତା, ଜନପ୍ରତିନିଧି, ଦଳୀୟ ପଦାଧିକାରୀ, ମଣ୍ଡଳ ସଭାପତି, ଯୁବ ଓ ମହିଳା କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ସଂଖ୍ୟାରେ ବିଜେପି ସମର୍ଥକ ଯୋଗଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ