Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରେଣ୍ଡୋ ମାଝି ମେଡିକାଲ୍ କଲେଜ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କଲେ ଶୁଭାରମ୍ଭ

କଳାହାଣ୍ଡି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଗସ୍ତରେ ଯାଇ ଭବାନୀପାଟଣାରେ ସହିଦ ରେଣ୍ଡୋ ମାଝୀ ମେଡିକାଲ୍ କଲେଜର ଉଦଘାଟନ କରିଛନ୍ତି। ଏହି ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ଏସ ପି ସିଂହ ବାଘେଲ ଯୋଗ ଦେଇଥିଲେ। ଏହି ମେଡିକାଲ୍ କଲେଜ୍ ୪୮୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏଠାରେ ୧୦୦ ଏମବିବିଏସ ସିଟରେ ନାମ ଲେଖା ପାଇଁ ବ୍ୟବସ୍ଥା ରହିଛି। ଏ ନେଇ ନ୍ୟାସନାଲ ମେଡିକାଲ୍ କାଉନସିଲ ଅନୁମତି ପ୍ରଦାନ କରିଛନ୍ତି। ମେଡିକାଲ୍ କଲେଜର ଉଦଘାଟନ ପରେ କଳାହାଣ୍ଡିବାସୀଙ୍କ ଦୀର୍ଘ ଦୁଇ ଦଶନ୍ଧିର ସ୍ଵପ୍ନ ପୂରଣ ହୋଇଛି।

ଉଦଘାଟନୀ ଉତ୍ସବରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖନୀୟ ଆଜିର ଦିନରେ କଳାହାଣ୍ଡି ଜିଲ୍ଲା ସ୍ଥାପନ ହୋଇଥିଲା। ଆଉ ଏହି ଦିନରେ ସହିଦ ରେଣ୍ଡୋ ମାଝୀଙ୍କ ନାମରେ ନାମିତ ଏହି ମେଡିକାଲ୍ କଲେଜର ଉଦଘାଟନ ଜିଲ୍ଲାବାସୀଙ୍କୁ ବେଶ ଆନନ୍ଦିତ କରିଛି।

ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ୬୩ ଲକ୍ଷ୍ମୀ ବସ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହା ଜିଲ୍ଲା ସଦର ମହକୁମାଠୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକଙ୍କୁ ଯାତାୟତ ସୁବିଧା ପ୍ରଦାନ କରିବ। ଏହା ସହିତ ମୁଖ୍ୟମନ୍ତ୍ରୀ ୧୨୦୦ କୋଟି ଟଙ୍କାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଉଦଘାଟନ କରିଛନ୍ତି। ଭବାନୀପାଟଣା ବସ୍ ଟର୍ମିନାଲର ଉଦଘାଟନ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ।

More Stories