Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସର ଗ୍ରହଣ କଲେ ସମସ୍ତଙ୍କ ପ୍ରିୟ ସାବତ ସାର

ବେଲଗୁଣ୍ଠା, 01/11, ବେଲଗୁଣ୍ଠା ବ୍ଳକ୍ ରେ ସମସ୍ତଙ୍କ ନିକଟରେ ସାବତ ସାର୍ ଭାବେ ପରିଚିତ ଧାନପୁଞ୍ଜା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳକୃଷ୍ଣ ସାବତ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି I ଏହି ଅବସରରେ ଧାନପୁଞ୍ଜା ବିଦ୍ୟାଳୟ ଏବଂ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଶ୍ରୀଯୁକ୍ତ ସାବତଙ୍କୁ ଭାବ ବିହ୍ୱଳ ଅବସର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୈଳାସ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଧାନପୁଞ୍ଜା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି,ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ତରଫରୁ ଉପହାର, ପୁଷ୍ପଗୁଚ୍ଛ, ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ ଶତପଥୀ,ଆଇନଜୀବୀ ଶ୍ରୀକାନ୍ତ ପାତ୍ର,ପ୍ରଧାନ ଶିକ୍ଷୟିତ୍ରୀ ଅଳକା କୁମାରୀ ଫଣ୍ଡ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଶିକ୍ଷକ ଶଲ୍ୟ କୁମାର ସିଅ, ରାମଚନ୍ଦ୍ର ବେହେରା, ଗଙ୍ଗାଧର ସ୍ଵାଇଁ, ଶରତ ସାହୁ, ଭାସ୍କର ଗୌଡ଼, ସୁଚରିତା ଗୌଡ଼,ପୁଷ୍ପାଞ୍ଜଳି ତ୍ରିପାଠି, ଅଭାଗୀନୀ ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ I ଶିକ୍ଷକ ଲିଙ୍ଗରାଜ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷୟିତ୍ରୀ ଆରତୀ ପାତ୍ର, ଶିକ୍ଷକ ସାଜିସ୍ କୁମାର ପାତ୍ରଙ୍କ ସମେତ ଗ୍ରାମ୍ୟ ପରିଚାଳନା କମିଟି,ପୁରାତନ ଛାତ୍ରଛାତ୍ରୀ, ପାଚିକା ସହାୟିକା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ସେହିପରି ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏବିଇଓ ଗୋବିନ୍ଦ୍ରଚନ୍ଦ୍ର ପାଢୀ, ପ୍ରତିଭା କୁମାରୀ ରଥ, ଭାଗ୍ୟଲତା ପ୍ରଧାନ,ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବସନ୍ତ ଜେନା, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା, ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ,ସୁବ୍ରତ କୁମାର ପାତ୍ର,ସଚ୍ଚିଦାନନ୍ଦ ପ୍ରଧାନ,ବିଦେଶୀ ବାଡତ୍ଯା,କିରାଣୀ କମଳ ଲୋଚନ ଦୋରା,ଶରତଚନ୍ଦ୍ର ରଥଙ୍କ ସମେତ ବହୁ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ସିଆରସିସି ଉପସ୍ଥିତ ରହି ବିଦାୟୀ ଶିକ୍ଷକ ବାଳକୃଷ୍ଣ ସାବତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ I ଏହି ଅବସରରେ ଧାନପୁଞ୍ଜା ଗ୍ରାମରେ ଏକ ଭାବ ବିହ୍ୱଳ ପରିବେଶ ଦେଖିବାକୁ ମିଳିଥିଲା I ଗ୍ରାମବାସୀ ସଂକୀର୍ତ୍ତନ ଶୋଭାଯାତ୍ରା ମଧ୍ୟରେ ଶ୍ରୀ ସାବତଙ୍କୁ ଧାନପୁଞ୍ଜା ବିଦ୍ୟାଳୟରୁ ଗାଙ୍ଗପୁର ବାସଭବନ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଏବଂ ଛାୟାକାନ୍ତ ମହାପାତ୍ର ସଂଯୋଜନା କରିଥିବା ବେଳେ ଶିକ୍ଷକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ