Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଡମ୍ୱ ସମାଜ ବିକାଶ ପରିଷଦ ସଭାପତି ରାମ କୁମାର ସେନାପତିଙ୍କ ଉଦ୍ୟମ କ୍ରମେ ତଥା ଆଇନ୍ ଜିବୀ ଦିଗାମ୍ବର ଦୁରିଆଁଙ୍କ ସହାୟତାରେ ରାମ ପ୍ରସାଦ ଜେଲରୁ ମୁକୁଳିଲା

ଭବାନୀପାଟଣା, ୦୨/୧୧ (ଜଗନ୍ନାଥ ନାଏକ) : ଡମ୍ୱ ସମାଜ ବିକାଶ ପରିଷଦ ର ଉଦ୍ୟମ କ୍ରମେ ଓ ଆଇନଜୀବୀଙ୍କ ସହାୟତାରେ ଜେଲ ରେ ଥିବା ଜଣେ ନିରୀହ ଲୋକଙ୍କୁ ଦୁଇଜଣ ସେଚ୍ଛା ସେବୀ ଜମିପଟ୍ଟା ଦେଇ ଜେଲରୁ ବାହାର କରିଥିବା ଚର୍ଚ୍ଚାର ବିଷୟପାଲଟିଛି l ସୂଚନା ମୁତାବକ ଧର୍ମଗଡ ବ୍ଲକ ଝାରକୁଣ୍ଡାମାଲ ଗ୍ରାମ ର ରାମ ପ୍ରସାଦ ନାଏକ (୨୫) ତାଙ୍କ ଘର ସାମନାରେ ଲୁହାଲାଛଡ ଥିବାବେଳେ ତାହା ଚୋରି ହୋଇଥିଲା, ସେହି ଲୁହାଲାଛଡ କବାଡି ରୁ ମିଳିଥିଲା l ତେବେ ଲୁହାଲାଛଡ ରଖିଥିବା ବ୍ୟକ୍ତି ଜାଣିବା ପରେ ନାଏକ ଙ୍କ ନାରେ କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପରବର୍ତ୍ତୀ ସମୟରେ ତାଙ୍କୁ କୋକସରା ପୋଲିସ ଗିରଫ କରିକି ଧର୍ମଗଡ କୋର୍ଟ କୁ ପଠାଇଥିଲା l ତେବେଏ ବ୍ୟକ୍ତି ଜଣକ ଜେଲରେ ପ୍ରାୟ ଏକ ମାସ ବନ୍ଧି ହୋଇଥିଲେ l ତାଙ୍କ ପରିବାରଜଣେ ନିରୀହ ଗରୀବ ଅସହାୟର ଅନୁସୁଚିତ ଜାତି ହୋଇଥିବା ବେଳେ ତାଙ୍କୁ ଜେଲରୁ ମୁକ୍ତ ପାଇଁ ଜାମିନ ନ ମିଳିବାରୁ ତାଙ୍କ ସ୍ତ୍ରୀ ପୂଜା ନାଏକ ଅନେକ ବାରକୋର୍ଟର ଦ୍ଵାରସ୍ଥହୋଇ ଥିଲେ, ହେଲେ ଜାମିନ କାରୀ ନ ମିଳିବାରୁ ଆଇନ୍ ଜିବୀ ଦିଗାମ୍ବର ଦୁରିଆଁଙ୍କୁ କାକୁତି ବିନତୀକରି ଥିବା ଦୃଶ୍ୟ ଗୋଲାମୁଣ୍ଡା ବ୍ଲକ ଡ଼ମ୍ବସମାଜ ବିକାଶ ପରିଷଦ ସଭାପତି, ତଥା ଶକ୍ତି ଟିଭି ଜିଲ୍ଲା ବିରୋ ଚିପ ରାମ କୁମାର ସେନାପତି ଙ୍କ ଉଦ୍ୟମରେ ଓ ଟୀଙ୍ଗିପଦର ଗ୍ରାମର କପୂରର୍ଚ୍ଚନସେଠିଆ ଏବଂ ପର୍ଲା ଆମ୍ବ ଗୁଡା ଗ୍ରାମର ତ୍ରିନାଥ ମସରା ଦୁଇଜଣ ବେଳର ଭାବେ କୋକ ସରା କୋର୍ଟରେ ଉପସ୍ଥିତହୋଇ ଜାମିନ୍ ଆବେଦନ କରି ଆଇନ୍ ଯିବୀ ଦିଗାମ୍ବର ଦୁରିଆ ଙ୍କ ସହଯୋଗରେ ଧର୍ମଗଡ ଜେଲରୁ ମୁକୁଲାଇ ଥିବା ଘଟଣା ଦେଖିବାକୁ ମିଳିଥିଲା, ତାଙ୍କର ଦୁଇଟି ଛୁଆ ବାପା ଜେଲ ଯିବାରୁ ମାଆ ପୁଅ ତିନି ଜଣଙ୍କର ନାହି ନ ଥିଲା ଅସୁବିଧାଦେଖା ଦେଇ ଥିଲା ବୋଳି ପୂଜା ନାଏକ ପ୍ରକାଶ କରି ଥିଲେ l ସେହି ରାମ ପ୍ରସାଦ ନାଏକ କହିବା ଅନୁସାରେ ମୁ କିଛି ଚୋରି କରିନାହିଁ ମୋତେ ମିଛ କେସରେ ଫସାଇ ଜେଲ ପଠାଇଦିଆଯାଇଥିଲା ହେଲେ ମୋତେ ଗୋଲାମୁଣ୍ଡାବ୍ଲକ ଡମ୍ୱ ସମାଜ ବିକାଶ ପରିଷଦ ର ସଭାପତି ଶ୍ରୀ ରାମ କୁମାର ସେନାପତି, କପୁର ଚନ ସେଠୀଆ, ତ୍ରିନାଥ ମସରା, ଓକିଲ ଦିଗାମ୍ବର ଦୂରିଆ ଓ ପ୍ରୁଥିରାଜ ତାଣ୍ଡି ପ୍ରମୁଖ ଙ୍କ ସହାୟତାରେ ମୁ ଜେଲରୁ ମୁକୁଳିପାରିଲି ଓ ମୋର ସ୍ତ୍ରୀ ପୁଅଙ୍କ ମୁହଁ ଦେଖି ପାରିବି ବୋଲି ଦୁଃଖଭରାରେ କହି ଥିଲେ, l