Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟସ୍ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ

ମୁମ୍ବାଇ: ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡ଼ିୟମରେ ଗୁରୁବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବିଶ୍ଵକପ୍ ୨୦୨୩ର ଏକ ମୁକାବିଲା ଖେଳାଯିବ। ଭାରତୀୟ ଦଳ ଆଜିର ମ୍ୟାଚ୍ ଜିତି ଆନୁଷ୍ଠାନିକ ଭାବେ ସେମି ଫାଇନାଲରେ ପ୍ରବେଶ କରିବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଚଳିତ ବିଶ୍ଵକପରେ ଦଳର ପ୍ରଦର୍ଶନ ଦମଦାର ରହିଛି। ରୋହିତ ବାହିନୀ ସମସ୍ତ ୬ଟି ମ୍ୟାଚ୍ ଜିତି ଟୁର୍ଣ୍ଣାମେଣ୍ଟରେ ଏକ ମାତ୍ର ଦଳ ଭାବେ ଅପରାଜେୟ ରହିଛି। ଅନ୍ୟପଟେ ଶ୍ରୀଲଙ୍କା ମ୍ୟାଚ୍ ଜିତି ସେମି ଫାଇନାଲ୍ ଦୌଡ଼ରେ ଆଶା ଉଜ୍ଜିବୀତ ରଖିବାକୁ ଚେଷ୍ଟା କରିବ। ଆଜିର ମ୍ୟାଚରେ ଟସ୍ ଜିତି ଶ୍ରୀଲଙ୍କା ଅଧିନାୟକ କୁଶଳ ମେଣ୍ଡିସ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେ କହିଛନ୍ତି, ଟସ୍ ଜିତି ଆମେ ପ୍ରଥମେ ବୋଲିଂ କରିବାକୁ ଚାହୁଁଛି। ଏଠାରେ ପ୍ରଥମେ ଦ୍ଵିତୀୟ ବ୍ୟାଟିଂ କରିବା ଆମ ପାଇଁ ଉପଯୋଗୀ। ଶ୍ରୀଲଙ୍କା ଦଳରେ ଗୋଟିଏ ପରିବର୍ତ୍ତନ ଘଟିଛି। ଦୁଷାନ ହେମନ୍ଥାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ରୋହିତ ଶର୍ମା କହିଛନ୍ତି, ଆମେ ମଧ୍ୟ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲୁ। ଏହା ମୋର ଘରୋଇ ଗ୍ରାଉଣ୍ଡ। ଏଠାରୁ ମୁଁ କ୍ରିକେଟ୍ ଶିଖିଛି। ନିଜ ଘରେ ବିଶ୍ଵକପ୍ ମ୍ୟାଚ୍ ଖେଳିବା ନିଶ୍ଚିତ ରୂପେ ଗୌରବ କଥା। ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରହିଛି। ପୁର୍ବ ମ୍ୟାଚର ସମାନ ଦଳ ସହ ରୋହିତ ଆଜି ପଡ଼ିଆକୁ ଓହ୍ଲାଉଛନ୍ତି।

ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ଓ୍ଵିକେଟ୍ କିପର), ସୂର‌୍ୟ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ଶାମି, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ।

ଶ୍ରୀଲଙ୍କା ଦଳ
ପାଥୁମ ନିଶଙ୍କା, ଦିମୁଥ କରୁଣାରତ୍ନେ, କୁଶଳ ମେଣ୍ଡିସ(ଅଧିନାୟକ/ଓ୍ଵିକେଟ୍ କିପର), ସଦୀରା ସମରବିକ୍ରମା, ଚରିଥ ଅସଲାଙ୍କା, ଦୁଷାନ ହେମନ୍ଥା, ଆଞ୍ଜେଲୋ ମାଥ୍ୟୁସ, ମହୀଶ ତୀକ୍ଷ୍ମଣା, କାସୁନ ରଜିଥା, ଦୁଷ୍ମନ୍ତା ଚମିରା, ଦିଲଶାନ ମଦୁଶଙ୍କା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ