ସରକାରୀ ସୁବିଧାରୁ ବଞ୍ଚିତ ଗାଁ ସର୍ଗିପାନି- ମୌଲିକ ସୁବିଧାରୁ ବଞ୍ଚିତ ଥିବା ସହ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ କରିଛନ୍ତି


ଭବାନୀପାଟଣା, ୦୨/୧୧ (ଜଗନ୍ନାଥ ନାଏକ) : ସରକାରଙ୍କ ଡିଙ୍ଗୁରା ଗାଁ କୁ କାମ ମାଁ କୁ ସମ୍ମାନ । ତେବେ ଏହା କେତେ କାର୍ଯ୍ୟକାରୀ ହେଉଛି ତାହା ସର୍ଗିପାନି ଗାଁ କୁ ଦେଖିଲେ ଜଣାପଡେ । ବନ ଜଙ୍ଗଲ ପାହାଡ ଘେରା ମଧ୍ୟରେ ଥିବା ସର୍ଗିପାନି ଗ୍ରାମବାସୀ ଆଜି ପର୍ଯ୍ୟନ୍ତ ମୌଳିକା ସୁବିଧାରୁ ବଂଚିତ ଥିବା ସହ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ପଞ୍ଚାୟତରୁ ଦେଖିବା ଏହି ରିପୋର୍ଟ । ଆମପାଣି ପଞ୍ଚାୟତର ସର୍ଗିପାନି ଗାଁ । ଏହି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୩୦ ରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି । ଏହି ଗାଁ କୁ ଯିବାକୁ ହେଲେ ଭଲ ରାସ୍ତା ନଥିବାରୁ ଜଙ୍ଗଲ ମଧ୍ୟରେ ଥିବା ଆବୁଡ ଖାବୁଡ ରାସ୍ତାରେ ଅତି ଦୟନୀୟ ଅବସ୍ଥାରେ ଯାତାୟତ କରିଥାନ୍ତି । ଅନେକ ସମୟରେ ଏହି ରାସ୍ତାରେ ଯିବା ଅସିବା ସମୟରେ ଦୁର୍ଘଟଣା ହୋଇ ଜୀବନ ହାନି ହେଉଥବା ଅଭିଯୋଗ କରିଛନ୍ତି । ଗାଁ ରେ ଜନନୀ ଯନ୍ତ୍ରଣା ହେଲେ ଗାଁ କୁ ଆମ୍ବୁଲାନ୍ସ ଯିବା ଅସମ୍ଭବ ହେଉଥିବା ଯୋଗୁଁ ଖଟିଆରେ ବୋହି ମୁଖ୍ୟ ରାସ୍ତାରେ ଆମ୍ବୁଲାନ୍ସ କୁ ଅଣାଯାଏ । ଏପରିକି ରାସନ ସାମଗ୍ରୀ ପାଇଁ ମଧ୍ୟ ଆମପାଣି ପଂଚାୟତକୁ ଆସିବା କଷ୍ଟକର ହେଉଥିବା ଗ୍ରାମାବାସୀ ପ୍ରକାଶ କରିଛନ୍ତି । ଏମାନଙ୍କ ପାଇଁ ବିଜୁଳି ଆଲୁଅ ମଧ୍ୟ ସାତସପନ ହୋଇ ରହିଛି । ଜଙ୍ଗଲ ଜାତୀୟ ଦ୍ରବ୍ୟ ସଂଗ୍ରହ କରିବା ସହିତ ବିଭିନ୍ନ ଚାଷ କରି ନିଜର ଗୁଜୁରାଣ ମେଂଟାଇ ଥାନ୍ତି । ଏମିତିରେ ରାସ୍ତା ସହ ବିଜୁଳି ଆଲୁଅ ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି ଗ୍ରାମବାସୀ । ଗାଁରେ ପାନୀୟ ଜଳ ପାଇଁ ନଳକୁପ ନଥିବାରୁ ଗ୍ରାମବାସୀ ଗାଁ ପାଖରେ ଥିବା ନାଳରୁ ଦୁଷିତ ପାଣି ସଂଗ୍ରହ କରିବା ସହିତ ତାକୁ ପାନୀୟ ଜଳ ଭାବେ ବ୍ୟବହାର କରିବା ସହିତ ରୋଷେଇ ପାଇଁ ମଧ୍ୟ ବ୍ୟବହାର କରିଥାନ୍ତି । ତେବେ ଏହି ଦୁଷିତ ପାଣି ଯୋଗୁଁ ଅନେକ ସମୟରେ ଗ୍ରାମବାସୀ ମାରାତ୍ମକ ରୋଗରେ ଆକ୍ରାନ୍ତ ହେବା ସହ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ କରିଛନ୍ତି । ତେବେ ସର୍ଗିପାନି ଗାଁ ର ବିଜୁଳି, ରାସ୍ତା ଏବଂ ପାନୀୟ ଜଳର ବ୍ୟବସ୍ଥା ପାଇଁ ସ୍ଥାନୀୟ ବିଧାୟକ ମୌଷଧି ବାଗଙ୍କୁ ଯୋଗାଯୋଗ କରିବା ପରେ ସେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି । ସରକାର ତୁରନ୍ତ ଦୃଷ୍ଟି ଦେଇ ସର୍ଗିପାନୀ ଗ୍ରାମବାସୀଙ୍କ ପାଇଁ ବିଜୁଳି ରାସ୍ତା ପାନୀୟ ଜଳର ବ୍ୟବସ୍ଥା ନକଲେ ଆଗାମୀ ଦିନରେ ଦୁଷିତ ପାଣି ଏବଂ ବିପଦସଂକୁଳ ରାସ୍ତା ପାଇଁ ଅନେକ ଗ୍ରାମବାସୀଙ୍କ ଜୀବନହାନି ହେବ ଏଥିରେ ସନ୍ଦେହ ନାହିଁ ।