Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ଦଳକୁ ବଡ଼ ଝଟକା, ବିଶ୍ଵକପରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା; ପ୍ରସିଦ୍ଧ କୃଷ୍ଣଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ବିଶ୍ଵ କପ୍ ୨୦୨୩ ମଝିରେ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ବିଶ୍ଵକପରୁ ବାଦ୍ ପଡ଼ିଛନ୍ତି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ପାଣ୍ଡ୍ୟାଙ୍କ ବଦଳ ଖେଳାଳି ମଧ୍ୟ ଘୋଷଣା କରିଛନ୍ତି। ବିଶ୍ଵକପରେ ଭାରତର ଚତୁର୍ଥ ମ୍ୟାଚରେ ଆହତ ହୋଇଥିଲେ। ତାଙ୍କ ସ୍ଥାନରେ ପ୍ରସିଦ୍ଧ କୃଷ୍ଣଙ୍କୁ ୧୫ ଜଣିଆ ଦଳରେ ସାମିଲ୍ କରାଯାଇଛି। ଆଇସିସି ଏହି ରିପ୍ଲେସମେଣ୍ଟକୁ ମଞ୍ଜୁରୀ ଦେଇଛି।

ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ଵକପର ସେମି ଫାଇନାଲ୍ ବେଳକୁ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଥିଲା। ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ପୁନଃଥଇଥାନ ଦେଇ ଗତି କରୁଛନ୍ତି। ସେଠାରେ ତାଙ୍କର ଚିକିତ୍ସା ପରେ ସେ ନେଟ୍ ଅଭ୍ୟାସ୍ କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ସେ ୩ଟି ମ୍ୟାଚ୍ ଖେଳିଛନ୍ତି, ତେବେ ଅଦ୍ୟାବଧି ସଂପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ଶେଷରେ ସେ ବିଶ୍ଵକପର ଅବଶିଷ୍ଟ ମ୍ୟାଚରୁ ବାଦ୍ ପଡ଼ିଛନ୍ତି।

ତାଙ୍କ ବଦଳ ଖେଳାଳି ପାଇଁ ବିସିସିଆଇ ଆଇସିସିର ବୈଷେୟିକ କମିଟି ସହ ଆଲୋଚନା କରିଛି। ,ଯାହାକୁ ଆଇସିସି ମଞ୍ଜୁରୀ ପ୍ରଦାନ କରିଛି। ହାର୍ଦ୍ଦିକଙ୍କ ବଦଳ ଖେଳାଳି ଭାବେ ପ୍ରସିଦ୍ଧ କୃଷ୍ଣଙ୍କୁ ୧୫ ଜଣିଆ ଦଳରେ ସାମିଲ୍ କରାଯାଇଛି। ତେବେ ଦଳ ପାଇଁ ଚିନ୍ତାର ବିଷୟ ଏହା ଯେ, କିଏ ଷଷ୍ଠ ବୋଲରଙ୍କ ଭୂମିକା ନିର୍ବାହ କରିବ। ହେଲେ ଦଳ ପାଇଁ ଏବେ ଷଷ୍ଠ ବୋଲରର ଆବଶ୍ୟକତା ନାହିଁ, କାରଣ ମହମ୍ମଦ ଶାମି ବର୍ତ୍ତମାନ ଦମଦାର ଫର୍ମରେ ଅଛନ୍ତି। ସେ ମାତ୍ର ୩ଟି ମ୍ୟାଚରୁ ୧୪ ଓ୍ଵିକେଟ୍ ହାସଲ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ