Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡ଼ାରେ ରକ୍ତମୁଖା ବାଘ, ଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ମାରି ଖାଇଲା

ନୂଆପଡ଼ା: ନୂଆପଡ଼ାରେ ରକ୍ତମୁଖା ବାଘ। ମହିଳାଙ୍କୁ ମାରି ଖାଇଲା ବାଘ। ସଦରରେଞ୍ଜ ଧରମବନ୍ଧା ସେକ୍ସନରେ କଲରାପତରିଆ ବାଘର ଆତଙ୍କ। ସିଲିଆରିବାହାରା ଗାଁ ଜଙ୍ଗଲରେ ମହିଳାଙ୍କୁ ମାରି ଖାଇଛି ବାଘ। ଗତକାଲି ମହିଳା ଜଣଙ୍କ ଜଙ୍ଗଲକୁ ଯାଇ ଆଉ ଫେରି ନ ଥିଲେ। ଆଜି ମହିଳାଙ୍କୁ ବାଘ ମାରି ଖାଉଥିବେ ଲୋକେ ଦେଖିବାକୁ ପାଇଥିଲେ। ପୂର୍ବରୁ ଜଣେ ନାବାଳକୁ ମାରି ଖାଇଥିଲା କଲରାପତରିଆ ବାଘ।

ମୃତକ ମହିଳା ହେଉଛନ୍ତି ରାମେଶ୍ରୀ ମାଝୀ(୪୫)। ଗତକାଲି ସେ ଶୌଚ ହେବା ଲାଗି ଘର ବାହାରକୁ ଯାଇ ହେଲେ ଆଉ ଘରକୁ ଫେରିନଥିଲେ। ଘରଲୋକେ ତାଙ୍କୁ ବହୁତ ଖୋଜି ବି ପାଇନଥିଲେ। ତେବେ ଶନିବାର ସକାଳେ ରାମେଶ୍ରୀଙ୍କୁ ବାଘ ଖାଉଥିବାର ‌ଦେଖିବାକୁ ପାଇଥିଲେ। ଲୋକେ ବାଘକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ ହେଁ ବାଘ ପାଲଟା ଆକ୍ରମଣ କରିବାରୁ ସେମାନେ ଭୟରେ ପଳାଇ ଆସିଥିଲେ।

ସୂଚନାଯୋଗ୍ୟ, କିଛି ଦିନ ତଳେ ୬ ବର୍ଷର ନାବାଳକକୁ ବାଘ ମାରିଥିଲା। ସଂଧ୍ୟାରେ ଦାଣ୍ଡରେ ଖେଳୁଥିବା ଜଣେ ୬ ବର୍ଷର ନାବାଳକକୁ ବାଘ ଟାଣି ନେଇ ମାରିଦେଇଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ଠେଙ୍ଗାବାଡ଼ି ଧରି ଗୋଡ଼ାଇଥିଲେ। ଫଳରେ ନାବାଳକକୁ ଛାଡ଼ି ବାଘ ପଳାଇ ଯାଇଥିଲେ। ଗ୍ରାମବାସୀ ପହଞ୍ଚିବାର କିଛି ସମୟରେ ପରେ ନାବାଳକର ମୃତ୍ୟୁ ହୋଇ ଯାଇଥିଲା।