Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍ଵେଚ୍ଛାସେବୀ ସଂଗଠନ ଦାପ୍ତା, ର ଅଧ୍ୟକ୍ଷ ରାଜକିଶୋର ଶର୍ମା(ରାଜୁ)୬୨ଙ୍କ ହୃଦଘାତରେ ପରଲୋକ

ଭବାନୀପାଟଣା, ୦୪/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ସ୍ସ୍ଵେଚ୍ଛାସେବୀ ସଂଗଠନ ଦାପ୍ତା, ର ଅଧ୍ୟକ୍ଷ ରାଜକିଶୋର ଶର୍ମା(୬୨)ଙ୍କ ହୃଦଘାତରେ ଶୁକ୍ରବାର ପର ଲୋକ ହୋଇଛି ଗତ ୧ ତାରିଖ ରେ ସେ ଭୁବନେଶ୍ୱର ରେ ଏକ ଜରୁରୀ ବୈଠକ ରେ ଯୋଗ ଦେଇ ରାତିରେ ଭୁବନେଶ୍ୱର -ଜୁନାଗଡ ରୋଡ଼ ଟ୍ରେନରେ ଭବାନୀପାଟଣା ପ୍ରତି ୟା ବର୍ତ୍ତନ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ବ୍ରହ୍ମହପୁରରେ ଉଲ୍ଲାଇ ବ୍ରହ୍ମହପୁର ବଡ ମେଡିକାଲ ରେ ବର୍ତ୍ତୀ ହୋଇ ଥିଲେ l ଅବସ୍ଥା ଗୁରୁତ୍ୱ ର ହେବାରୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ସ୍ଥାନ୍ତାନ୍ତର କରାଯାଇଥିଲା l ଚିକିତ୍ସା ଦିନ ଅବସ୍ଥାରେ ସେଠାରେ ତାଙ୍କ ପରଲୋକ ହୋଇଛି l ଆକ ସ୍କିକ ବିୟୋଗରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଶୋକ ର ଛାୟା ଖେଳିଯାଇଛି l ତାଙ୍କର ପ୍ରାର୍ଥୀବ ଶରୀରକୁ ଭବାନୀପାଟଣା ଅଣାଗଲା l ଶନିବାର ସକାଳେ ତାରିଣୀ ମନ୍ଦିର ନିକଟସ୍ତ ଶ୍ମାଶନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଗଲା l ସ୍ଵଚ୍ଛାସେବୀ ସଂଗଠନ ‘ଦାପ୍ତା ‘ସଂସ୍ଥା ଗଠନ କରି ଦୁଇ ଦଶନ୍ଧି ଧରି କଳାହାଣ୍ଡି ସମେତ ଦେଙ୍କନାଳ ଜିଲ୍ଲାରେ ଜନସେବାରେ ନିଜକୁ ନିୟୋଜିତ କରିଥିଲେ l ତାଙ୍କ ବିୟୋଗରେ ବିଭିନ୍ନ ସଂଗଠନ ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି