ଆଜି ଓଡ଼ିଶା ଆସିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ


ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭଦ୍ରକ-ନୟାଗଡ଼ ମେମୁ ଟ୍ରେନ ଶୁଭାରମ୍ଭ କରିବେ। ଏହାସହିତ କଟକ କେଶବ ଧାମରେ ଥିବା ଶିଶୁ ବିଦ୍ୟାମନ୍ଦିରରେ କାର୍ଯ୍ୟକ୍ରମ ସାରିବେ। ଏହାପରେ ଭୁବନେଶ୍ବର ରେଳ ଷ୍ଟେସନରେ ପହଞ୍ଚିବେ।

ଏହାପରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଡାକ ବିଭାଗ ଦ୍ବାରା ପ୍ରସ୍ତୁତ ଓଡ଼ିଶାର କିମ୍ବଦନ୍ତୀ ପୁରୁଷଙ୍କ ପୋଷ୍ଟାଲ ଷ୍ଟାମ୍ପ୍‌ ଉନ୍ମୋଚନ କରିବେ। ସେଠାରେ କାର୍ଯ୍ୟକ୍ରମ ସାରି ପୁଣି ନୂଆଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି।