Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବାୟୋ ଟେକ୍ନୋଲୋଜି ଏବଂ ଜୁଲୋଜି ବିଭାଗର ଜାତୀୟ ସମ୍ମିଳନୀ ଉଦଯାପିତ

ଗୋପାଳପୁର ୪/୧୧
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଦୁଇ ଦିନଧରି ଚାଲିଥିବା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଭାଗ ଏବଂ ପ୍ରାଣୀ ବିଜ୍ଞାନ ବିଭାଗ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା ଜାତୀୟ ସମ୍ମିଳନୀ ଆଜି ଉଦଯାପିତ ହୋଇଛି l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗ ଦେଇଥିବା ବେଳେ ପଶ୍ଚିମବଙ୍ଗର ବି ସି କେ ଭି ର ପୂର୍ବତନ କୁଳପତି ପ୍ରଫେସର ଚିତ୍ତ ରଞ୍ଜନ କୋଲେ,ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବ ପ୍ରସାଦ ଅଧିକାରୀ, ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ସମ୍ମିଳନୀକୁ ଉଚ୍ଚ ପ୍ରଶଂସା କରିବା ସହ ଛାତ୍ର, ଛାତ୍ରୀ, ଗବେଷକ, ଗବେଷିକା, ଅଧ୍ୟାପକଙ୍କୁ ଉତ୍ସlହିତ କରିଥିଲେ l ଏହି ସମ୍ମିଳନୀ କରିବା ଦ୍ୱାରା ଅଧିକ ଜ୍ଞାନ ଆହୋରଣ କରି ପାରିବେ ବୋଲି କହିଥିଲେ l ଜାତୀୟ ସମ୍ମିଳନୀ ସଂଯୋଜକ ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ ଅତିଥି ପ୍ରଦାନ କରିବା ସହ ସମ୍ମିଳନୀର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଡ଼. ସୁଶୀଲ କୁମାର ପାଠକ ଏହି ସମ୍ମିଳନୀର ବିବରଣୀ ପାଠ କରିଥିଲେ l ଏହି ଅବସରରେ ଜାତୀୟ ସମ୍ମିଳନୀ ପକ୍ଷରୁ ୩ ଜଣ ସମ୍ମାନିତ ଅତିଥିଙ୍କୁ ଆଜୀବନ ସଫଳତା ପୁରସ୍କାର (ଲାଇଫ ଟାଇମ ଏକଚିଭମେଣ୍ଟ ଆୱାର୍ଡ) ଉପଢ଼ୋକନ ଓ ମାନପତ୍ର ଦେଇ କୁଳପତି ସମ୍ମାନିତ କରିଥିଲେ l ଏହି ସମ୍ମିଳନୀରେ ଭଲ ସନ୍ଧର୍ଭ ପାଠ କରିଥିବା ଦିଲରାଜ କୁଆଲା, ସନ୍ଦୀପ କୁମାର ମହାପାତ୍ର, ପୁଣ୍ୟଧାରା ପାଣି, ନିହା ୟାଦବ, ଅଭିଜିତ ପତିଙ୍କୁ ମାନପତ୍ର ଓ ମେମୋଣ୍ଟ ଦେଇ ସମ୍ମାନିତ କରାଯାଇଥିଲା l ଶେଷରେ ସମ୍ମିଳନୀର ଯୁଗ୍ମ ସଂଯୋଜକ ଡ଼. ପ୍ରସନ୍ନ କୁମାର ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡ଼. ସାରଦା ପ୍ରସାଦ ସାହୁ ମଞ୍ଚ ପରିଚାଳନା କରିଥିଲେ l ଏହି ସମ୍ମିଳନୀରେ ମୋଟ ୧୮୨ ଜଣ ପଞ୍ଜିକୃତ କରିଥିବା ବେଳେ ୧୨ ଜଣ ଓଡିଶା ବାହାରୁ ଆସିଥିଲେ l ୫୭ ଜଣ ପୋଷ୍ଟର ପଦର୍ଶନ କରିଥିବା ବେଳେ ୩୬ ଜଣ ସନ୍ଧର୍ଭ ପାଠ କରିଥିଲେ l