Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ଟାରୁ ଆରମ୍ଭ ହେବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରଥଟଣା; କାଲି ଅଧାରୁ ଅଟକିିଥିଲା

ଭୁବନେଶ୍ବର: ଗତକାଲି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଟଣା ଅଧାରୁ ଅଟକିଥଲା। ଆଜି ବିଭିନ୍ନ ନୀତିକାନ୍ତି ପରେ ଅପରାହ୍ନ ୨ଟାରୁ ପୁଣି ରଥଟଣା ଆରମ୍ଭ ହେବ । ପ୍ରଭୁ ରଥରେ ବସି ମାଉସୀ ମା’ ଛକରେ ଥିବା ରାମେଶ୍ବର ମନ୍ଦିରକୁ ଯିବେ।

ରୁକୁଣା ରଥ ଲିଙ୍ଗରାଜ ମନ୍ଦିର ବାହାରି ମାଉସୀ ମା’ ଛକରେ ଥିବା ରାମେଶ୍ବର ମନ୍ଦିର ନିକଟକୁ ଯିବ। ଗତକାଲି ସଂଧ୍ୟା ସାଢେ ୫ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ରଥ ଟଣା ହୋଇଥିଲା। ଭକ୍ତ ଓ ସେବାୟତ ମିଶି ଶ୍ରଦ୍ଧାପୂର୍ଣ୍ଣ ଭାବରେ ରଥ ଟାଣିଥିଲେ। ମହାପ୍ରଭୁଙ୍କ ରଥ ଟାଣିବା ଲାଗି ବହୁ ମାତ୍ରାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୨ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଅଛନ୍ତି।