Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେସିଙ୍ଗା ବ୍ଲକ ସ୍ତରୀୟରେ କନ୍ଧ ସମାଜ କର୍ମକର୍ତ୍ତା ନୂତନ ଚୟନ

ଭବାନୀପାଟଣା, ୦୬/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ଧ ସମାଜ ର ବ୍ଲକ ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଉକ୍ତ ସଭାଟି କେସିଙ୍ଗା
ବ୍ଲକ ସଭାପତି ଶ୍ରୀଯୁକ୍ତ ଯୁଧିଷ୍ଠିର ମାଝୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।ଏବଂ ଉକ୍ତ ସଭା କୁ ପରିଚାଳନା କରିଥିଲେ କଳାହାଣ୍ଡି କନ୍ଧ ସମାଜ ସଭାପତି ଶ୍ରୀଯୁକ୍ତ ପ୍ରକାଶ ମାଝୀ, ସର୍ବପ୍ରଥମେ ମା ଆଦିମାତା, ଆଦିଶକ୍ତି, କନ୍ଦବୁଢା, କନ୍ଧେନ୍ ବୁଢ଼ୀ, ମା ଜାଡେନ, କୁ ପ୍ରଥମେ ପୂଜା ପାଠ କରି ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଉକ୍ତ ସଭା କାର୍ଯ୍ୟ ରେ କଳାହାଣ୍ଡି ଜିଲ୍ଲା କନ୍ଧ ସମାଜ ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର ଭୋଇ, ସହିତ ସମାଜ ସେବୀକା ଶ୍ରୀମତୀ ରତ୍ନମାଳା ମାଝୀ, ସହିତ ଅନେକ ବ୍ଲକ ତଥା ଅନେକ ଗ୍ରାମ ଏବଂ ଅନେକ ପ୍ରଗଣା ରୁ ଶହ ଶହ ସଂଖ୍ୟା ରେ ମା ବାପା , ଭାଇ, ଭଉଣୀ, ଓ ସମାଜ ସେବୀ, ବୁଦ୍ଧଜୀବୀମାନେ ବହୁତ୍ ସଂଖ୍ୟାରେ ଯୋଗଦେଇଥିଲେ ।ଓ କେସିଙ୍ଗା ବ୍ଲକ ନୂତନ କର୍ମକର୍ତ୍ତା ଚୟନ ପ୍ରକିୟା ଆରମ୍ଭ ହୋଇଥିଲା। କେସିଙ୍ଗା ବ୍ଲକ ନୂତନ ସଭାପତି ଭାବରେ ଶ୍ରୀଯୁକ୍ତ ଶେଷଦେବ ମାଝୀ,ଗ୍ରାମ ବୋରୀଙ୍ଗ ପଦର,କୁ ମନୋନୀତ କରିଥିଲେ ।ଉପ ସଭାପତି ଶ୍ରୀଯୁକ୍ତ ଅରବିନ୍ଦ ମାଝୀ, ଉପ ସଭାପତି ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମାଝୀ,ଉପ ସଭାନେତ୍ରି ଶ୍ରୀମତୀ ସବିତା ମାଝୀ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିକ୍ରମ ମାଝୀ,ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ସୁରେଶ ମାଝୀ, ସମ୍ପାଦକ ଶ୍ରୀଯୁକ୍ତ ନରେନ୍ଦ୍ର ମାଝୀ, ସମ୍ପାଦିକା ଶ୍ରୀମତୀ ସୁକାନ୍ତି ମାଝୀ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଖିରସିନ୍ଧୁ ମାଝୀ, ଏବଂ ଏକ୍ତିଭ୍ ମେମ୍ବର ଭାବେ ଶ୍ରୀଯୁକ୍ତ ହେମନ୍ତ କୁମାର ମାଝୀ ,ଓ ଶ୍ରୀମତୀ ଶାନ୍ତି ମାଝୀ,ଓ ପତ୍ର ବହାକ,ଶ୍ରୀଯୁକ୍ତ ଗର୍ବ ମାଝୀ, ଏବଂ ଉପଦେଷ୍ଟା କମିଟି ଭାବରେ ଶ୍ରୀ ପରମେଶ୍ବର ମାଝୀ, ଚୂଡ଼ାମଣି ମାଝୀ, କୈଳାସ ମାଝୀ, ଧନ ମାଳି ମାଝୀ, ସଂକୀର୍ତ୍ତନ ମାଝୀ, ଶଶି ମାଝୀ, ଉପେନ୍ଦ୍ର ମାଝୀ, ଭୀଷ୍ମ ଦେବ ମାଝୀ, ହର୍ଷ ଚନ୍ଦ୍ର ମାଝୀଙ୍କୁ ସମସ୍ତେ ନୂତନ କର୍ମକର୍ତ୍ତା ଭାବରେ ଚୟନ କରିଛନ୍ତି ।
ଏହି ସଭା କାର୍ଯ୍ୟ ଆୟାଜକ କରିଥିଲେ ଶ୍ରୀ ବିକ୍ରମ ମାଝୀ, ଇନ୍ଦ୍ରମଣି ମାଝୀ, ଜଗନ୍ନାଥ ମାଝୀ, ସଞ୍ଜୀବ ମାଝୀ, ଧନଞ୍ଜୟ ମାଝୀ, କୃଷ୍ଣ ଚନ୍ଦ୍ର ମାଝୀ, ଓ ଅନ୍ୟ ସମସ୍ତେ ମିଶି ଏହି ସଭା ଆୟୋଜନ କରିଥିଲେ ।ନୂତନ ସଭାପତି କହିବା ଅନୁଯାୟୀ କନ୍ଧ ସମାଜ ର କିପରି ଉନ୍ନତି ହେବ ,ବା କନ୍ଧ ସମାଜ ର ପୁଅ ,ଝିଅ କିପରି ,ଚାକିରି, ଶିକ୍ଷା କ୍ଷେତ୍ରରେ କିପରି ଆଗକୁ ବଢ଼ିବେ ଓ କନ୍ଧ ସମାଜ ର, କିପରି ଉନ୍ନତି ଆଣିବାହେବ ସେଥି ପ୍ରତି ନିଶ୍ଚୟ ଆମ୍ଭ ମାନଙ୍କର ଦୃଷ୍ଟି ରହିବ ବୋଲି ମତ ପ୍ରକାଶ କରିଛନ୍ତି।ଓ ସର୍ବ ଶେଷରେ ନର୍ଲା ବ୍ଲକ ସଭାପତି ଶ୍ରୀଯୁକ୍ତ ରଣଜିତ୍ ମାଝୀ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories