Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ୍ ଅନୁଷ୍ଠାନରେ ରକ୍ତଦାନ ଶିବିର, ୧୨୨ ୟୁନିଟ୍ ରକ୍ ସଂଗ୍ରହ

ଗୋପାଳପୁର,୦୫/୧୨ ପାଲୁର ହିଲ୍ ଠାରେ ଥିବା ନିଷ୍ଟ୍ ଅନୁଷ୍ଠାନର କ୍ୟାମ୍ପସ୍ ପରିସରରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଚ୍. ଡି. ଏଫ୍. ସି ବ୍ୟାଙ୍କ (ବ୍ରହ୍ମପୁର ଶାଖା ) ଏବଂ ‘ନିଷ୍ଟ୍’ କଲେଜର ଏନ୍ଏସ୍ଏସ୍ ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା lଆୟୋଜିତ ଶିବିରକୁ ବ୍ଉରହ୍ମପୁର ଉପଜିଲ୍ଲାପାଳ କୁଲକର୍ଣ୍ଣି ଆଶୁତୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l ଏନ୍.ଏସ୍.ଏସ୍ ୟୁନିଟ୍ ର କାର୍ଯ୍ୟକ୍ରମ ଅଧିକାରୀ ନୃସିଂହ ପ୍ରସାଦ ତ୍ରିପାଠୀ, ଭାରପ୍ରାପ୍ତ ଅଧକ୍ଷ ଡ଼ ବିଷ୍ଣୁକର ନାୟକ, ଡ. ସବ୍ୟସାଚୀ ରଥ, ଡ. ପ୍ରଦ୍ୟୁମ୍ନ ପାତ୍ର, ଡ. ରତ୍ନାକର ମିଶ୍ର, ଡ. ଅମରନାଥ ପାଢୀ, ଡ. ଅସିତ କୁମାର ପଣ୍ଡା, ପ୍ରଫେସର୍ ସରୋଜ ପାଢୀ, ପ୍ରଫେସର୍ ଅଚ୍ୟୁତାନନ୍ଦ ପରିଡା, ଅଜୟ କୁମାର ପ୍ରଧାନ, ଚିନି ନରେଶ, ବାସୁଦେବ ପାଢୀ, ଏବଂ ଗଣମାଧ୍ୟମ ସଂଯୋଜକ ଡ. ପ୍ରୀତି ରଞ୍ଜନ ସାହୁ ଙ୍କ ଉପସ୍ଥିତି ରେ ଶିବିରର ଶୁଭାରମ୍ଭ ହୋଇଥିଲା l ଏନ୍.ଏସ୍.ଏସ୍ କ୍ୟାପଟେନ ପ୍ରତିଭା ଭାରତୀ ଏବଂ ନିଖିଳ କୁମାର ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଏଚ୍. ଡି. ଏଫ୍. ସି ବ୍ୟାଙ୍କ ତରଫ ରୁ ସତ୍ୟଶ୍ରୀ ମହାନ୍ତି, ମଧୁସୂଦନ ପାତ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେl ଏହି କାର୍ଯ୍ୟକ୍ରମ କୁ ଫାର୍ମାସିଷ୍ଟ ସୂର୍ଯ୍ୟ ନାରାୟଣ ପଣ୍ଡା, ପ୍ରମେନ୍ଦ୍ର ଗରୁଡ, ପତିତପାବନ ମହାପାତ୍ର, ବିଜୟଲକ୍ଷ୍ମୀ ରାଓ , ଶାନ୍ତିଲତା ଶବର ପ୍ରମୁଖ ସହଯୋଗ କରିଥିଲେ।
ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀ ସୁଶାନ୍ତ କୁମାର ପାଣିଗ୍ରାହୀ, ଏମ ଏମ ମାରାଣ୍ଡି, ଅନୁରାଧା ମାଝୀ, ବିଦ୍ୟାଧର ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଏନଏସଏସ ଛାତ୍ର ସଂଯୋଜକ ନିଖିଳ କୁମାର, ପ୍ରତିଭା ଭାରତୀ, ସମ୍ବିତ ନାୟକ, ଅଙ୍କିତ କୁମାର, ସନତ କୁମାର ପାଢ଼ୀ, ଆଶା ରାଣୀ ନାୟକ, ଦ୍ୱୀଶଂସୀ ସାହୁ, ଭାସ୍କର, ଜନବୀ ସୋଧୀ, ସଞ୍ଜନା ସିଂ, କେ ଜସ୍ମିନ, ମାରିଆ ଶିଧିକI, ଦିବ୍ୟାଙ୍କI ଗୌଡ଼, ଇତିଶ୍ରୀ ସାବତ ସମେତ ଏନଏସଏସ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ