ଆଧ୍ୟାତ୍ମିକ ଗୁରୁ ବାବାଜୀ ରାମକୃଷ୍ଣ ଦାଶଙ୍କ ସ୍ଵର୍ଗାରୋହଣ


ବେଲଗୁଣ୍ଠା, 06/11,ବେଲଗୁଣ୍ଠା ବ୍ଳକ୍ ନୁଣିପଡ଼ା ଶାସନ ମଠାଧୀଶ ତଥ ଆଧ୍ୟାତ୍ମିକ ଗୁରୁ ବାବାଜୀ ରାମକୃଷ୍ଣ ଦାଶଙ୍କୁ କାଳିଆଗୁଡ଼ା ସ୍ଥିତ ହନୁମାନ ମନ୍ଦିର ପରିସରରେ ସ୍ଵର୍ଗଲୋକ ପ୍ରାପ୍ତି ହୋଇଛି I ସ୍ଵର୍ଗତ ଦାଶଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବଡ଼ ବୋର୍ସିଂ ସରପଞ୍ଚ ରାମେଶ୍ଵର ପାତ୍ରଙ୍କ ସମେତ ମହନ୍ତ ଦାମୋଦର ଜୀ ମହାରାଜ,ମହନ୍ତ ବ୍ରହ୍ମାନନ୍ଦ, ତପନ କୁମାର ଶତପଥୀ,ହୃଷୀକେଶ ଏବଂ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ I ବାବାଜୀ ରାମକୃଷ୍ଣ ଦାଶ ଯୁବକ ବୟସରେ ସରକାରୀ ଚାକିରୀରୁ ସ୍ଵେଚ୍ଛାକୃତ ଅବସର ନେଇ ଗଞ୍ଜାମ ଜିଲ୍ଳା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରେ ହରିନାମ ଏବଂ ସନାତନ ଧର୍ମର ପ୍ରଚାର ପାଇଁ ପ୍ରୟାସ କରିଥିଲେ I ନିଜର ପରୋପକାରୀ ଗୁଣ ଏବଂ ଶୃଙ୍ଖଳିତ ଜୀବନ ଯାପନ ପ୍ରଣାଳୀ ପାଇଁ ସେ ସମସ୍ତଙ୍କ ନିକଟରେ ପ୍ରିୟ ଭାଜନ ହୋଇପାରିଥିଲେ I ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ପୁରୀ ସ୍ଵର୍ଗଦ୍ଵାରରେ ସ୍ଵର୍ଗତ ବାବାଜୀଙ୍କ ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇଛି I