Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶଙ୍ଖଭବନରେ ମହେଶ୍ଵରଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, କହିଲେ- ତାଙ୍କ ଭୂମିକାକୁ ଅମର ରଖିବେ ପୁରୀବାସୀ

ଭୁବନେଶ୍ଵର: ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ ଘଟିଛି । ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଭୋର୍ ୩ଟା ୨୫ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖଭବନରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳୀୟ କାର୍ଯ୍ୟାଳୟରେ ମହେଶ୍ଵରଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ସହ  ଦଳୀୟ ନେତା ଓ କର୍ମୀ। ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।।

ଶୋକ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକପ୍ରିୟ ନେତା ଭାବେ ମହେଶ୍ୱର ସୁନାମ ଅର୍ଜନ କରିଥିଲେ । ଜଣେ ଦକ୍ଷ ସଂଗଠକ ଭାବେ ତାଙ୍କର ସୁନାମ ଥିଲା । ରାଜ୍ୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ । ପୁରୀ ଅଞ୍ଚଳର ବିକାଶ ତାଙ୍କର ଭୂମିକାକୁ ଅମର ରଖିବ । ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ବ୍ରେନ ଷ୍ଟ୍ରୋକ ହେବା ଯୋଗୁଁ ସେ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ରହିଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ତାଙ୍କର ରିକଭରି ହୋଇପାରିନଥିଲା । ଶେଷରେ ଆଜି(ମଙ୍ଗଳବାର) ଭୋର୍ ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପୂର୍ବତନ ବାଚସ୍ପତିଙ୍କ ବିୟୋଗରେ ପୁରୀରେ ଶୋକର ଛାୟା ଖେଳଯାଇଛି ।

ଅକ୍ଟୋବର ୩୧ ତାରିଖ ସନ୍ଧ୍ୟା ସମୟରେ ମହେଶ୍ବର ମହାନ୍ତି ପୁରୀ ସହରରେ ବିଭିନ୍ନ ଗଜଲକ୍ଷ୍ମୀ ପୂଜା କମିଟି ଭ୍ରମଣ କରୁଥିଲେ । ସେହି ସମୟରେ ସେ ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କର ଷ୍ଟ୍ରୋକ୍‌ ହୋଇଥିଲା । ପୂର୍ବତନ ବାଚସ୍ପତିଙ୍କ ଅସୁସ୍ଥତା ଖବର ପ୍ରଘଟ ପରେ ଦଳୀୟ କର୍ମୀମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଶ୍ରୀମନ୍ଦିରରେ ଦୀପଦାନ ମଧ୍ୟ କରିଥିଲେ । ମାତ୍ର ଡାକ୍ତରଙ୍କ ସମସ୍ତ ଚେଷ୍ଟା ଓ ସମର୍ଥକଙ୍କ ପ୍ରାର୍ଥନା ସତ୍ତ୍ବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ବାଚସ୍ପତିଙ୍କ ଦେହାନ୍ତ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ