Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନାଗଡ଼ ଠାରେ ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ନିମନ୍ତେ ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା, ୦୭/୧୧ (ଜଗନ୍ନାଥ ନାଏକ) : ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ନିମନ୍ତେ ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଜୁନାଗଡ଼ ଠାରେ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ନିମନ୍ତେ ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୋଟ ୧୬୩ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ଦୌଡ, ଆଳୁଚାମଚ ଦୌଡ, ହାଣ୍ଡିପିଟା, ଜିଲାପି କେଟିଂ, ସଙ୍ଗୀତ, ମ୍ୟୁଜିକ ଚେୟାର, ନୃତ୍ୟ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବି ଆରସିସି ତଥା ଏବିଇଓ ସୁଶାନ୍ତ କୁମାର ଠାକୁର ସଭାପତିତ୍ୱ କରିଥିଲେ।ପୁରସ୍କାର ବିତାରଣୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ତପନ ମାଝୀ ଯୋଗଦେଇ ଥିବା ବେଳେ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ସୁଧୀର କୁମାର ବେହେରା,କୁଳମଣି ମାଝୀ, କ୍ଷୀରୋଦ ଭୋଇ,ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତକରି ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମରେ ବିଆରଟି ବିଶ୍ୱରଞ୍ଜନ ବୈଠାରୁ, କ୍ଷୀରୋଦ ଭୋଇ ଓ ଏନଏସି ସି ଆରସିସି ନିଲାଞ୍ଚଳ ନାଗ ପ୍ରମୁଖ ସକ୍ରିୟଭାବେ ସହଯୋଗ କରିଥିଲେ।ଆରପି ଯୀଶୁରାମ ଗୋପାଳ ମଞ୍ଚ ପରିଚାଳନା କରିଥିଲେ।ଏଥିରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ସମେତ ଅଭିଭାବକ, ଅଭିଭାବିକା, ଶିକ୍ଷକ ସମୂହ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ