ଗ୍ୟାସ ବୋଝଇ ଟ୍ରକ ଚକା ଫାଟିଯିବା ଦୁର୍ଘଣାରୁ ; ଅଳ୍ପକେ ବର୍ତ୍ତିଲେ ଟ୍ରକ ଚାଳକ

ଭବାନୀପାଟଣା, ୦୮/୧୧ (ଜଗନ୍ନାଥ ନାଏକ) : କଳାହାଣି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ଅରିହନ୍ତ ପେଟ୍ରୋଲ ପମ୍ପ ନିକଟସ୍ଥ ରାଜପଥ ବୁଲାଣିରେ ଗତ ସୋମବାର ବିଳମ୍ବିତ ରାତିରେ ଚକା ଫାଟିଯିବାରୁ ଏକ ଗ୍ୟାସ ବୋଝଇ ଟ୍ରକ ଏକ ଚାଷ ଜମିରେ ପଶ୍ଚିଯାଇଥିଲା। ତେବେ ଏହାର ଗ୍ୟାସ ବୋଝଇ ଟ୍ରକ ଚାଲାକ ମୁରିବାହାଲର ଜନ୍ମେଜୟ ନାଏକ ଅଳ୍ପକେ ବର୍ତ୍ତିଲେ ବୁଲାଣିଗୁଡିକରେ ସତର୍କ ସୂଚନା ଦିଆଯାଇ ନଥିବାରୁ ଅନେକ ସମୟରେ ବାରମ୍ବାର ଦୁର୍ଘଟଣା ଘଟୁଛି । ରାଜପଥ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।