Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୀରେ ବଲିଉଡ ଅଭିନେତ୍ରୀ ଜୟାପ୍ରଦା; ପୁଅ ସମ୍ରାଟ ସହ କଲେ ଜଗା ଦର୍ଶନ

ପୁରୀ: ଜଗା ଦର୍ଶନ କଲେ ବଲିଉଡ ଅଭିନେତ୍ରୀ  ଜୟାପ୍ରଦା। ପୁଅ ସମ୍ରାଟ ସହ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ଜୟାପ୍ରଦା। ସେଠାରେ ପହଁଞ୍ଚିବା ପରେ ତାଙ୍କୁ ସେବାୟତ ମଧୁସୂଦନ ସିଂହାରୀ ସ୍ୱାଗତ କରିଥିଲେ। ଜଗନ୍ନାଥ ଦର୍ଶନ କରି ବେଶ୍‌ ଆନନ୍ଦ ଅନୁଭବ କରିଥିବା କହିଛନ୍ତି ଜୟପ୍ରଦା।

ସେ କହିଛନ୍ତି ଯେ ଜଗନ୍ନାଥ ମନ୍ଦିର ଏମିତି ଏକ ମନ୍ଦିର ଯେଉଁଠି ନିଜକୁ ଭୁଲିଯିବାର ଏକ ଶକ୍ତି ରହିଛି  । ଜଗନ୍ନାଥ ଦର୍ଶନ କରି ସେ ନିଜକୁ ଧନ୍ୟ ମନେ କରିଛନ୍ତି  । ଏହି ଅବସରରେ ସେ ପୁରୀବାସୀ ତଥା ଓଡ଼ଶାବାସୀଙ୍କର ମଙ୍ଗଳକାମନା କରିଥିଲେ ।  ଏହାସହିତ ପବିତ୍ର ରାମନବମୀରେ ଓଡିଶାବାସୀଙ୍କୁ ଶୁଭେଛା ଜଣାଇଛନ୍ତି ଜୟପ୍ରଦା ।

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟାପ୍ରଦା ନିଜ ଚମତ୍କାର ଅଭିନୟ ବଳରେ ଦର୍ଶକଙ୍କ ହୃଦୟ ଜିତି ଆସିଛନ୍ତି। ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ତିନି ଥର ଫିଲ୍ମଫେୟାର ସମ୍ମାନ ପାଇଛନ୍ତି । ସେ ୧୯୯୬ରୁ ୨୦୦୨ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ। ଏହାପରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ।