Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘରେ ଶୋଇଥିବା ବେଳେ ସାପ କାମୁଡାରେ ରେ ବୃଦ୍ଧା ଙ୍କ ମୃତ୍ୟୁ।

ଗୋପାଳପୁର,୦୯/୧୧ ଗୋଳନ୍ଥରା ଥାନା ଅନ୍ତର୍ଗତ କୋଳିଥି ଗାଁ ରେ ସାପ କାମୁଡାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।ମୃତା ବୃଦ୍ଧା ଜଣଙ୍କ ହେଲେ କୋଳିଥି ଗାଁ ବଡ଼ସାହି ନିବାସୀ ଶୋଭା ଦଳବେହେରା (୭୫) ବୋଲି ପୁଲିସ ସୂଚନା ଦେଇଛି।ଆଜି ଅପରାହ୍ନ ୨ ଟା ବେଳେ ଶୋଭା ଘରେ ଶୋଇଥିବା ବେଳେ ଅଚାନକ ଏକ ସାପ ତାଙ୍କୁ କାମୁଡି ଦେଇଥିଲା। ଯାହାଫଳରେ ଶୋଭା ଗୁରୁତର ହୋଇ ଅଚେତ ହୋଇଯାଇଥିଲେ। ତୁରନ୍ତ ତାଙ୍କୁ ପରିବାର ବର୍ଗ ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୃଦ୍ଧା ଜଣଙ୍କ ଅତ୍ୟନ୍ତ ଗରିବ ହୋଇଥିବା ବେଳେ ତାଙ୍କ ପରିବାର କୁ ଉପଯୁକ୍ତ ସହାୟତା ରାଶି ପ୍ରଦାନ ନିମନ୍ତେ କୋଳିଥି ଗାଁ ସରପଞ୍ଚ ଜଗମୋହନ ପାତ୍ର ଜିଲ୍ଲା ପ୍ରଶାସନ କୁ ନିବେଦନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ