Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ପଞ୍ଚାୟତ ସ୍ତରୀୟ ପରବ ୨୦୨୩ ଆରମ୍ଭ

ଲକ୍ଷ୍ମୀପୁର ୦୮/୧୧ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ବୁର୍ଜା ପଞ୍ଚାୟତ ଠାରେ ଆଜି ପଞ୍ଚାୟତ ସ୍ତରୀୟ ଆଦିବାସି ସଂସ୍କୃତିର ଲୋକ ମହୋସ୍ଛବ “ପରବ ୨୦୨୩” ଅନୁଷ୍ଠିତ ହୋଇ ଯାଇଛି।ଚଳିତ ବର୍ଷ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଓ ବ୍ଲକ ସ୍ତରୀୟ ପରବ ଏକା ଦିନରେ ପାଳନ ହେଉଥିବାରୁ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି।ଏନେଇ ପଞ୍ଚାୟତ ସ୍ତରୀୟ ଦୁଇଟି ପର୍ଯ୍ୟାୟରେ ଏହି ‘ପରବ’ ପାଳନ ହେଉଥିବା ବେଳେ ତେରଟି ପଞ୍ଚାୟତ ମଧ୍ୟରୁ ପ୍ରଥମ ଦିନରେ ଲକ୍ଷ୍ମୀପୁର ସଦର ପଞ୍ଚାୟତ ସମେତ ପିପଳ ପଦର, କୁଟିଙ୍ଗା ଓ ବୁର୍ଜା ଭଳି ଚାରୋଟି ପଞ୍ଚାୟତ ଏକ ସାଙ୍ଗରେ ଏହି ପରବକୁ ବଡ଼ ଧୁମ୍ ଧାମରେ ପାଳନ କରିଛନ୍ତି।ପ୍ରଥମେ ବୁର୍ଜା ଗ୍ରାମର ଅଧିଷ୍ଠାତ୍ରୀ ଦେବୀଙ୍କ
ମନ୍ଦିରରୁ ପରବ ମଶାଲ ଅଣାଯାଇ ପଡ଼ିଆରେ ସ୍ଥାପନ କରା ଯାଇଥିଲା।ପରେ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଲକ୍ଷ୍ମୀପୁର ସମିତି ଅଧ୍ୟକ୍ଷା ଶୁଆଇ କୁକେଶିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ କୋରାପୁଟ ସାଂସଦ ଝିନ୍ନ ହୀକକା,ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେଶିକା,ସାଂସଦ ପ୍ରତିନିଧି ପବିତ୍ର ସାଉନ୍ତା,ପ୍ରସାଦ ଖରା,କୈଳାସ ଖାସଲା, ମଣ୍ଟି ଖରା ପ୍ରଭୁତି ଯୋଗ ଦେଇ
କୋରାପୁଟ ଜିଲ୍ଲାରେ ବସ ବାସ କରୁଥିବା ଆଦିବାସି ସଂସ୍କୃତି ଓ ଲୁକାଇତ ପ୍ରତିଭାକୁ ଲୋକ ଲୋଚନକୁ ଆଣି ବିଶ୍ୱ ଦରବାରରେ ପହଁଚାଇବା ହିଁ ଏଇ ପରବର ମୁଳ ଲକ୍ଷ ବୋଲି ମଞ୍ଚାଷିନ ଅତିଥି ମାନେ ପରି ପ୍ରକାସ କରିଥିଲେ।ଲୁକାଇତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଉଦ୍ଧେଶ୍ୟରେ ରଖି ଗତ ୧୯୯୮ ମସିହାରେ ଏହି ଆଦିବାସୀ ସଂସ୍କୃତିର ପରବ ଆରମ୍ଭ ହୋଇ ଆଜି ୨୬ ବର୍ଷରେ ପଦାର୍ପଣ କରିଛି।ବର୍ଷାନୁକ୍ରମେ ଏହା ଏବେ ନିଜର ସତା ହରାଇବାକୁ ବସିଥିବା ବେଳେ ପ୍ରଶାସନ ତରଫରୁ ଆଗ ଭଳି ସେତେଟା ଗୁରୁତ୍ଵ ଦିଆଯାଉ ନଥିବା ଦେଖିବାକୁ ମିଳିଛି।ନୂଆ ନୂଆ ଏହି ପରବ କୁ ବଡ ଧୁମ୍ ଧାମରେ ପାଳନ କରାଯାଉଥିଲା।ଫଳରେ ଅଞ୍ଚଳରେ ଖୁସିର ମାହୋଲ ସହ ଲୋକେ ଆନନ୍ଦରେ ବିଭୋର ହୋଇ ପଡୁଥିଲେ।ଏହି ଆଦିବାସୀ ଲୋକ କଳା ପରବ ପାଇଁ ବର୍ତ୍ତମାନ ସୁଦ୍ଧା ଅନେକ ଲୁକାଇତ ପ୍ରତିଭା ଉଚିତ୍ ମାର୍ଗରେ ଜାଇ ଅଞ୍ଚଳ ଓ ଜିଲ୍ଲା ପାଇଁ ଖୁସି ଆଣି ଦେଇଥିବା ନଜିର ରହିଚି।ଏବେ ଆଉ ପୂର୍ବ ଭଳି ପରବକୁ ଗୁରୁତ୍ଵ ଦିଆ ନଯାଇ ମନ୍ ଇଛା ସ୍ଥାନରେ ଆୟୋଜନ କରାଯାଉଛି।ଆଗାମୀ ଦିନରେ ଏହାକୁ ପୂର୍ବ ବର୍ଷ ଭଳି ବଡ ଧୁମ୍ ଧାମରେ ପାଳିବାକୁ ଅନେକ ଲୁକାଇତ ପ୍ରତିଭା ନିଜ ନିଜ ମତ ପ୍ରକାଶ କରିଛନ୍ତି।
ଲକ୍ଷ୍ମୀପୁର ସରପଞ୍ଚ ଶ୍ୟାମ ସୁନ୍ଦର ତାଡ଼ିଙ୍ଗି,ସମିତି ସଭ୍ୟ ନୟନା ମଣ୍ଡିଙ୍ଗା,ବୂର୍ଜା ସରପଞ୍ଚ ଜଲି ମିଣିଆକା,ସମିତି ସଭ୍ୟ ଦୁଃଖି ଶ୍ୟାମ ମିଣିଆକା,କୁଟିଙ୍ଗା ସରପଞ୍ଚ ସୁଲୋଚନା ମାଝୀ,ସମିତି ସଭ୍ୟ ପୂୟୁ ମିଣିଆକା,
ପିପଳପଦର ସରପଞ୍ଚ ଚିନ୍ତା ମାଣ୍ଡିଙ୍ଗା,ସମିତି ସଭ୍ୟ ସିର ପ୍ରସ୍କା ରାଧେଶ୍ୟାମ ଜାନି, ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଚାରୋଟି ପଞ୍ଚାୟତର ନିର୍ବାହୀ ଅଧିକାରୀ ରମେଶ ସାହୁ,ପ୍ରଫୁଲ୍ଲ ସାହୁ ଓ ଅବିନାଶ ବିଡିକା ସମ୍ପୂର୍ଣ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ