Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲା କଂଗ୍ରେସ ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ସଂକୀର୍ତନ ସତ୍ୟାଗ୍ରହ

ଭବାନୀପାଟଣା, ୦୯/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲ ଙ୍କ ନେତୃତ୍ୱରେ ଆଜି କଂଗ୍ରେସ ର ଶତାଧିକ କର୍ମୀ ଓ ନେତା ଭବାନୀପାଟଣା ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ସଂକୀର୍ତନ କରି ସତ୍ୟାଗ୍ରହ କରିଥିଲେ l ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରୁ ଏକ ରାଲି ରେ ବାହାରି ଗାନ୍ଧିଛକ ଦେଇ ଜଗନ୍ନାଥ ମନ୍ଦିର ରେ ପହଂଚିବା ପରେ ସମସ୍ତେ ପ୍ରଭୁ ଜଗନ୍ନାଥ ମହାପ୍ରଭୁ ଙ୍କ ଆଶୀର୍ବାଦ ଗ୍ରହଣ କରିସାରିବାପରେ ମନ୍ଦିର ସମ୍ମୁଖରେ ସମସ୍ତ କର୍ମୀମାନେ ସତ୍ୟାଗ୍ରହରେ ବସିଥିଲେ l ମୃଦଙ୍ଗର ତାଳେ ତାଳେ ତାଳମିଶାଇ କର୍ମୀମାନେ କୀର୍ତନ ମାଧ୍ୟମରେ ଶ୍ରୀମଦିର ପ୍ରଶାସନ ଓ ସରକାରଙ୍କ ପାଖରେ ସେମାଙ୍କର
ଦାବି ସତ୍ୟାଗ୍ରହ ମାଧ୍ୟମ ରେ ଉପସ୍ଥାପନ କରିଥିଲେ l ଦାବିଗୁଡିକ ହେଲା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ଖୋଲାଯାଇ ମହାପ୍ରଫୁଙ୍କ ଅଳଙ୍କାର ଗଣିବା, ଭଣ୍ଡାର ଘର ମରାମତି ସହ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥ ଙ୍କ ଜମି ଚାଷୀଙ୍କୁ ତୁରନ୍ତ ଫେରସ୍ତ କରିବା ଇତ୍ୟାଦି l ଉକ୍ତ ସତ୍ୟlଗ୍ରହରେ କଂଗ୍ରେସ ର ପରମାନନ୍ଦ ମାଝୀ, ସରୋଜ ବାଗ, ତ୍ରିଲୋଚନ ପାଣିଗ୍ରାହୀ, ଚନ୍ଦ୍ର ଶେଖର ଯୋଶୀ,ବ୍ରଜ ସାହୁ, ସୁରେଶ ପଟ୍ଟନାୟକ, ପ୍ରିତମ ବେହେରା, ବାବା ଅଲ୍ଲୀ ଖାନ, ମହମ୍ମଦ ସାଜିଦ, ଜୟଦେବ ନାଏକ, ମହମ୍ମଦ ସାହେବ, ସୁଶାନ୍ତ ପ୍ରଧାନୀ, ଯୁଧିଷ୍ଠିର ତାଣ୍ଡି, ବୈକୁଣ୍ଠ ମାଝୀ, ସୁଦର୍ଶନ ବିଶ୍ୱାଳ, ଇମ୍ରାନ ଖାନ, ଗଗନ ପ୍ରଧାନ, ଦେବାନନ୍ଦ ମଲ୍ଲିକ,ସୁଦର୍ଶନ ସା, କାନନ୍ହୁ ପ୍ରଧାନ, ନାରୀନେତ୍ରି ମାର୍ଜିନା ପ୍ରଧାନ, ଯୌତିର୍ମୟୀ ବାଗ, ରତ୍ନମାଳା ମାଝୀ, ଚାରୁଲତା ଛତ୍ରିଆ, ସୁକାନ୍ତି ସରାଫ, ସୌଭାଗ୍ୟ ମଲ୍ଲିକ, ଯୋଗେଶ୍ୱରୀ ଢଙ୍ଗଡ଼ାମାଝି, ଅଙ୍କିତା ବାଗ, ନିତୁ ବାଗଅଂଶଗହଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ