କଳାହାଣ୍ଡି ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ନୁତନ ସଭାପତି ହେଲେ ଆର୍ତ୍ତତ୍ରାଣ ମହାପାତ୍ର


ଭବାନୀପାଟଣା, ୦୯/୧୧ (ଜଗନ୍ନାଥ ନାଏକ) : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟର ୩୬ ଟି ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି l ବିଜେପି ମିଡ଼ିଆ ସେଲ ପକ୍ଷରୁ ଜାରି ତାଲିକା ଅନୁଯାଇ କଳାହାଣ୍ଡି ଜିଲ୍ଲାରେ ବିଜେପିର ଜିଲ୍ଲା ସଭାପତି ଭାବରେ ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ନାମ ଘୋଷଣା ହୋଇଛି l ଶ୍ରୀ ମହାପାତ୍ର ଛାତ୍ର ସମୟରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ l ପରବର୍ତ୍ତୀ ସମୟରେ ଜିଲ୍ଲା ଯୁବ ସଭାପତି ଠାରୁ ଜିଲ୍ଲା ସାଧାରଣ ସମ୍ପାଦକ, ରାଜ୍ୟ ସମ୍ପାଦକ ଭଳି ପଦପଦବୀରେ ଦାୟିତ୍ୱ ତୁଲାଇ ଆଛିଛନ୍ତି l ଶ୍ରୀ ମହାପାତ୍ର ଗତ ୨୦୧୪ ସାଧାରଣ ନିର୍ବାଚନରେ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରହିଥିଲେ l ସେ ଜଣେ ଦକ୍ଷ ସଂଗଠକ ଓ ଦୀର୍ଘ ୩୦ ବର୍ଷର ରାଜନୀତି ଅଭିଜ୍ଞତା ଥିବାରୁ ଜିଲ୍ଲା ବିଜେପିକୁ ସୁଦୃଢ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଦଳୀୟ କର୍ମକର୍ତ୍ତା ଆଶା ପ୍ରକଟ କରିଛନ୍ତି l