Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ନେଇ ବିଜେପିର ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ

ଖଡ଼ିଆଳ : ଆସନ୍ତାକାଲି ନୂଆପଡ଼ା ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ। ଏହାକୁ ନେଇ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ସଭାପତି ସୁବ୍ରତ ଠାକୁରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଭିନ୍ନ ପ୍ରସଙ୍ଗ ଉତଥାପନ କରାଯାଇଛି। ରାଜ୍ୟ ଭାଜପାର କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ଏହା ଉପରେ ସାମ୍ବାଦିକଙ୍କୁ ସମ୍ବୋଧନ କରିଥିଲେ। ଏହି ଯୋଜନା ଗ୍ରାମ ପଞ୍ଚାୟତ ମାଧ୍ୟମରେ ଓ ପଲ୍ଲୀସଭା ଗ୍ରାମସଭା କରା ନଯାଇ ବ୍ଲକ ମାଧ୍ୟମରେ କରା ଯାଇଥିବାରୁ ଦଳ ତରଫରୁ ଏହା ବିଜେଡ଼ିର କର୍ମୀ ପୋଷା ଯୋଜନା ବୋଲି କୁହାଯାଇଛି। ଜିଲ୍ଲାର ବିଭିନ୍ନ ସମସ୍ୟା ଉତଥାପନ କରାଯାଇ ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହା ଉପରେ ମତ ରଖିବାକୁ ଆହ୍ବାନ ଦିଆ ଯାଇଛି। ନୂଆପଡ଼ା ଜିଲ୍ଲାରେ ଦାଦନ ସମସ୍ୟା କେବେ ସମାଧାନ ହେବ, ଜିଲ୍ଲାରେ ୩୫ ପ୍ରତିଶତ ଜମିକୁ ଜଳସେଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି କେବେ ପାଳନ ହେବ, କଟନି ଛଟନି ମୁକ୍ତ ମଣ୍ଡି ସହ ଏକ ହଜାର ଟଙ୍କା ବୋନସ ପ୍ରଦାନ ର ଘୋଷଣା, ବକେୟା ଫସଲ ବୀମା ରାଶି ତୁରନ୍ତ ପ୍ରଦାନ କରିବା, ମକା ଓ କପା ପାଇଁ ମଣ୍ଡି ବ୍ୟବସ୍ଥା କରିବା, ଲଘୁ ଜାତ ଦ୍ରବ୍ୟ ମହୁଲ ଓ ଚାହାଁର ଉପରେ ନିମ୍ନତମ ସମର୍ଥନ ଘୋଷଣା, ଟାଟା କମ୍ପାନୀର ଶୋଷଣ ବନ୍ଦ କରିବା, ତୃତୀୟ ଚତୁର୍ଥ କର୍ମଚାରୀ ନିଯୁକ୍ତିକୁ ଜିଲ୍ଲା କ୍ୟାଡ଼ର କରିବା, ମନରେଗା ମଜୁରୀ ପ୍ରଦାନରେ ତ୍ୱରିତ ପଦକ୍ଷେପ ସହ ମେସିନ କାମ ବନ୍ଦ କରିବା, ନିର୍ମାଣ ଶ୍ରମିକଙ୍କୁ ନିୟମ ଅନୁସାରେ ସୁବିଧା ସୁଯୋଗ ଯୋଗାଇ ଦେବା, ଜିଲ୍ଲାରେ ଏପର୍ଯ୍ୟନ୍ତ କୌଣସି ଶିଳ୍ପ ପ୍ରତିଷ୍ଠା ହୋଇ ନଥିବାରୁ ଏଦିଗରେ ବିଚାର କରିବା, ଜିଲାରେ ସରକାରୀ ମହାବିଦ୍ୟାଳୟ ସହ କୃଷି, ବୈଷୟିକ, ଇଞ୍ଜିନିୟରିଙ୍ଗ୍ ମହା ବିଦ୍ୟାଳୟ ପ୍ରତିଷ୍ଠା କରିବା, ପ୍ରତ୍ୟେକ ହସ୍ପିଟାଲର ଆନୁଷଙ୍ଗିକ ସୁବିଧା ସୁଯୋଗ ପ୍ରଦାନ କରିବା, ବିଭିନ୍ନ କାର୍ଯ୍ୟାଳୟରେ ଖାଲି ଥିବା ପଦବୀ ପୂରଣ କରିବା, ପ୍ରତି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ମଦକୋଠୀ ଉପରେ ଅଙ୍କୁଶ, ଯୋଗ୍ୟ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଆଦି ଉତଥାପନ କରାଯାଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରନ୍ତୁ ବୋଲି ଦାବି କରାଯାଇଛି। ଆଜିର ଏହି ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଦେବଦେବ ପ୍ରସାଦ ସିଂହଦେଓ, ଦେବଦତ୍ତ ଯୋଷୀ, ସୁନିଲ ନାଗ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ