Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମହାବୀର ମହୋତ୍ସବର ଦ୍ୱିତୀୟ ଦିବସରେ ୧୫ଶହ ଛାତ୍ରୀ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଲେ

ଭବାନୀପାଟଣା, ୦୯/୧୧ (ଜଗନ୍ନାଥ ନାଏକ) : ଓଡିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ତାର ୫୯ତମ ଜନ୍ମଦିବସ ପାଳନ ଅବସରରେ “ମହାବୀର ମହୋତ୍ସବ ୨୦୨୩” ପାଳନ କରୁଛି । ଦ୍ୱିତୀୟ ଦିବସରେ ବିଭିନ୍ନ ପ୍ରତିଯୋଗୀତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ସାଧାରଣ ଜ୍ଞାନ ଓ ୯ବର୍ଷରୁ ୧୪ବର୍ଷ ବୟସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାମାନଙ୍କରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୧୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଜିଲ୍ଲାରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଉତ୍ସାହ ଦେଖି ବିଚାରକ ଓ ଜନସାଧାରଣ ଅତ୍ୟନ୍ତ ଖୁସି ବ୍ୟକ୍ତି କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବରେ ପୂର୍ବତନ ପୌରଧ୍ୟକ୍ଷା ଭବାନୀପାଟଣା ଶ୍ରୀମତୀ ଲଲିତା ନାଏ, ବିଶିଷ୍ଟ ନାଟ୍ୟକାର, ଚଳଚିତ୍ର ଅଭିନେତା ତଥା କଳାହାଣ୍ଡି କଳାକାର ସଂଘର ସଭାପତି ଅବଦୁଲ କାଦିର ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ସୁଶିଲ ଗହିର ଏବଂ ନାଟ୍ୟ ସଂପାଦକ ସୁଶାନ୍ତ ସିଂ ପରିଚାଳନା କରିଥିଲେ । ମଂଚରେ ଅନୁଷ୍ଠାନର ଉପଦେଷ୍ଟା ପୂର୍ବତନମନ୍ତ୍ରୀ ରାସ ବିହାରୀ ବେହେରା, ସଭାପତି ଶାନ୍ତନୁ କୁମାର ବେହେରା, ସଂପାଦକ ସତ୍ୟନାରାୟଣ ସିଂ, ଉପସଭାପତି ସଞ୍ଜୟ କୁମାର, ଯୁଗ୍ମ ସଂପାଦକ ସଞ୍ଜିବ ସିଂ ଓ ଅନୁଷ୍ଠାନର ବରିଷ୍ଠ କର୍ମକର୍ତାମାନେ ଉପସ୍ଥିତ ଥିଲେ ।