Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏମ୍ସରେ ସିବିଆଇର ଚଢଉ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଚଢଉ କରିଛି ସିବିଆଇ। ଗୁରୁବାର ଏକ ଫାର୍ମାସୀ ଷ୍ଟୋରର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ସୂଚନା ପାଇବା ପରେ ସିବିଆଇ ଏହି ରେଡ୍ କରିଛି। ସିବିଆଇର ଦୁଇଟି ଟିମ୍‌ ଚଢଉ କରିଥିଲେ। ୨ଟି ଟିମ୍‌ରେ ମୋଟ ୮ ଜଣ ଅଧିକାରୀ ଥିଲେ। ଷ୍ଟୋରରେ ଚଢଉ କରିବା ବେଳେ ସିବିଆଇ ହାତରେ ଲାଗିଛି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର। ଏହାକୁ ଆଧାର କରି ଆଗକୁ ତଦନ୍ତ ଜାରି ରଖିଛି ସିବିଆଇ।

ସୂଚନା ଅନୁଯାୟୀ ଚଢଉ ସହ କିଛି ଗୁରୁତ୍ବପୂର୍ଣ୍ଣ ପେପର୍‌ ଜବତ କରିଛି ସିବିଆଇ। ଏହାସହିତ କିଛି କାର୍ଯ୍ୟରତ ଅଧିକାରୀଙ୍କୁ ପଚରା ଉଚରା ମଧ୍ୟ କରିଛି। ଏଥିରୁ ସିବିଆଇ କିଛି ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି। ଏବେ ବି ସିବିଆଇର ଖୋଳତାଡ ଜାରି ରହିଛି।

ତେବେ ଏ ନେଇ କୌଣସି ସଠିକ୍‌ ପ୍ରମାଣ ମିଳିନାହିଁ। ହେଲେ ଚଢଉ ବେଳେ ପାଇଥିବା କିଛି ଜରୁରୀ ଦସ୍ତାବିଜକୁ ଆଧାର କରି ଅଧିକ ତନାଘନା କରୁଛି ସିବିଆଇ। ସୂଚନା ଅନୁଯାୟୀ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ସୂଚନା ମିଳିବା ପରେ ସିବିଆଇ ଏମ୍ସରେ ରେଡ୍‌ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ