Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵକପ୍ ସେମି ଫାଇନାଲରେ କେବେ, କେଉଁଠି ଓ କାହାକୁ ଭେଟିବ ଭାରତ, ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ: ବିଶ୍ଵକପ୍ ୨୦୨୩ରେ ଭାରତ ସହ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସେମି ଫାଇନାଲକୁ ଉନ୍ନୀତ ହୋଇ ସାରିଛନ୍ତି। ତେବେ ଚତୁର୍ଥ ଦଳ ଭାବେ କିଏ ସେମିରେ ପହଞ୍ଚିବ ତାକୁ ନେଇ କଡ଼ା ପ୍ରତିଦ୍ଵନନ୍ଦିତା ଲାଗି ରହିଥିଲା। ତେବେ ଗତକାଲି ଶ୍ରୀଲଙ୍କାକୁ ୫ ଓ୍ଵିକେଟରେ ହରାଇବା ପରେ ଚଳିତ ବିଶ୍ଵକପର ସେମି ଫାଇନାଲ୍ ଲାଇନ ଅପ୍ ପ୍ରାୟତଃ ଚୂଡ଼ାନ୍ତ ହୋଇ ଯାଇଛି। ନ୍ୟୁଜିଲାଣ୍ଡ ଚତୁର୍ଥ ଦଳ ଭାବେ ସେମିରେ ପହଞ୍ଚିଛି। ଅନ୍ୟପଟେ ପାକିସ୍ତାନର ସେମି ଫାଇନାଲ୍ ଦ୍ଵାର ବନ୍ଦ ହୋଇ ଯାଇଛି କହିଲେ ଚଳେ। କେବଳ ଅସମ୍ଭବ କାମ ହିଁ ପାକିସ୍ତାନକୁ ସେମିରେ ପହଞ୍ଚାଇପାରେ।

ଯଦି ପାକିସ୍ତାନକୁ ସେମିରେ ପ୍ରବେଶ କରିବାର ଅଛି ତେବେ ନିଜର ଅନ୍ତିମ ଲିଗ୍ ମ୍ୟାଚରେ ଇଂଲଣ୍ଡକୁ ୨୮୭ ରନରେ ହରାଇବାକୁ ପଡ଼ିବ। ଏହା ତେବେ ସମ୍ଭବ ଯେବେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବ ଏବଂ ୪୦୦ରୁ ଉର୍ଦ୍ଧ୍ଵ ରନର ବିଶାଳ ସ୍କୋର କରି ଇଂଲଣ୍ଡକୁ ଅଳ୍ପ ରନରେ ଅଲଆଉଟ୍ କରିବ। ଯଦି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରେ ତେବେ ପାକିସ୍ତାନକୁ ଦ୍ଵିତୀୟ ଇନିଂସରେ ୧୩ଟି ବଲରେ ବିଜୟ ହାସଲ କରିବାକୁ ପଡ଼ିବ, ଯାହା ଅସମ୍ଭବ କାମ। ତେଣୁ ପ୍ରଥମ ସେମି ଫାଇନାଲ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବା ପ୍ରାୟତଃ ସ୍ପଷ୍ଟ।

ଏମିତି ହେଲେ ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ନଭେମ୍ବର ୧୫ ତାରିଖରେ ଖେଳାଯିବ। ଯଦି ପାକିସ୍ତାନ ଇଂଲଣ୍ଡକୁ ୨୮୭ ରନରେ ହରାଇ ସେମିରେ ପହଞ୍ଚେ ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ସେମି ଫାଇନାଲ ମ୍ୟାଚ୍ ନଭେମ୍ବର ୧୬ ତାରିଖରେ କୋଲକାତା ଇଡେନ ଗାର୍ଡେନ୍ସରେ ଖେଳାଯିବ। ତେବେ ପାକିସ୍ତାନ ପାଇଁ ଯେଉଁ ସମୀକରଣ ରହିଛି ତାହା ଅସମ୍ଭବ ନ ହେଲେ ବି ବହୁତ ମୁସ୍କିଲ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ