Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ଗ୍ରାମପଞ୍ଚାୟତ ୪ର୍ଥ କର୍ମଚାରୀ ସଂଘ ପକ୍ଷରୁ ସାଧାରଣ ବୈଠକ ଭବାନୀପାଟଣା ଅମଳା ଭବନ ଠାରେ ଆନୁଷ୍ଠିତ

କଳାହାଣ୍ଡି, ୧୦/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଅମଳା ଭବନ ଠାରେ
ଲଳିତ ପରିଙ୍କ ନେତୃତ୍ୱରେ ଗ୍ରାମ ପଞ୍ଚାୟତ୍ ୪ଥ କର୍ମଚାରୀ ସଂଘ ପଷରୁ ଏକ ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ ଅନଷ୍ଠିତ ହୋଇଥିଲା l ଏହି ବୈଠକରେ ପୂର୍ବରୁ ୧୦ ଦଫା ଦାବୀ ସରକାରଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିବା କର୍ମଚାରି ମାନଙ୍କର ଦାବି ପୁରଣ ନିମନ୍ତେ ରାଜ୍ୟ ସରକାରଙ୍କ ଉଦ୍ଦେ୍ଶ୍ୟରେ କର୍ମଚାରି ମାନଙ୍କର ବୈଠକ ରେ ଜିଲ୍ଲା ସଭପତି ଶ୍ରୀ ହରେ କୃଷ୍ଣ ନାଏକ ସଭାପତତ୍ବରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଆମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରିଥିବା ସରପଞ୍ଚ ମହସଂଗ ସଭାପତି ଓଡିଶା, ରୋମାଞ୍ଚ ସାହୁ ମୁଖ୍ୟ ବକ୍ତା ପଂଚାୟତ ମହସଂଗର ସାଧାରଣ ସମ୍ପାଦକ ଶ୍ରୀ ଯୁକ୍ତ ସୁବ୍ରତ କୁମାର ରାଉଳ ସମ୍ମାନୀତ ଅତିଥି ଜିଲ୍ଲା ସରପଞ୍ଚ ସଂଘ ସଭାପତି ଶ୍ରୀ ଯୁକ୍ତ ସୁବୋଧ ଚନ୍ଦ୍ର ରଣା ସହଯୋଗୀ ଅତିଥି ଅର୍ଜୁନ ରଣା ରାଜ୍ୟ ଉପସଭାପତି ଗୋପୀନାଥ ଭୋଇ ମଞ୍ଚ ପରିଚାଳନା ଜିଲ୍ଲା ଆବାହକ ଲଳିତ ପରି ୧୩ ଗୋଟି ବ୍ଲକ ର ସଭାପତି ସମ୍ପାଦକ କୋଷାଧ୍ୟକ୍ଷ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି ବୈଠକ ରେ ସମସ୍ତ କର୍ମଚାରୀ ମାନେ ଶପଥ ଗ୍ରହଣ କରି ଦାବି ପୁରାଣ ନହେଲେ ରାଜ ରାସ୍ତାରେ ଓହ୍ଲେଇ ବୁ ବୋଲି ଚେତାବନୀ ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ