Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହତ୍ୟା ଉଦ୍ୟମ ମାମଲାରେ ଫେରାର ଥିବା 4 ଗିରଫ

ବେଲଗୁଣ୍ଠା -୧୦/୧୧-୨୦୧୦ ମସିହାରେ ଗାଙ୍ଗପୁର ଥାନା ରାଇପଡା ଗ୍ରାମର ଏକ ହତ୍ୟା ଉଦ୍ୟମ ମାମଲାରେ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ୍ ଯାଇଥିଲେ ରଜନୀ ନାୟକ, କିଶୋର ନାୟକ, ସନ୍ୟାସୀ ନାୟକ ଓ ମାଗୁଣି ନାୟକ । ଗାଙ୍ଗପୁର ଥାନାରେ କେସ୍ ନମ୍ବର ୩୨/୧୦ ଓ ଏସ୍.ଟି ନମ୍ବର ୮୪/୧୫ ରେ ଏହି ୪ ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିଲା ।ଏହି ୪ ଜଣ ଆସ୍କା ଜେଲ୍ ରେ ବିଚାରାଧିନ ବନ୍ଦୀ ଭାବେ ରହିବା ପରେ ଜାମିନରେ ଆସିଥିଲେ । ପରବର୍ତ୍ତୀ ସମୟରେ କୋର୍ଟକୁ ଅବମାନନା କରି ବାଇଦା ଦିନ କୋର୍ଟ ରେ ହାଜର ହୋଇ ନ ଥିଲେ । ବାରମ୍ବାର ବାଇଦା ବିଫଳ ହେବା ପରେ ମାନ୍ୟବର କୋର୍ଟ ଏମାନଙ୍କ ନାମରେ ଗିରଫ ପରୱାନା ଜାରି କରିଥିଲେ ।ଆଜି ଏମାନେ ନିଜ ଗ୍ରାମ ରାଇପଡାରେ ଥିବାର ଖବର ପାଇ ଗାଙ୍ଗପୁର ଥାନା ଭାରପ୍ରାପ୍ତ ଥାନାଧିକାରୀ ଶୁଭ୍ରଜିତ୍ ସାମନ୍ତରାୟ ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ୪ ଜଣଙ୍କୁ ଗିରଫ କରି ଆଜି ଆସ୍କା କୋର୍ଟ ଚାଲାଣ କରିଥିବା ପ୍ରକାଶ କରିଛନ୍ତି ।