ବେଲଗୁଣ୍ଠା -୧୦/୧୧-ଆଜି ଥିଲା ପବିତ୍ର ଧନତେରସ । ବିଶ୍ୱାସ ରହିଛି ଯେ, ଧନତେରସରେ ଘରକୁ ସୁନା,ରୁପା ଭଳି ମୂଲ୍ୟବାନ ସାମଗ୍ରୀ କିଣିଲେ ମହାଲକ୍ଷ୍ମୀ ଓ କୁବେର ପ୍ରସନ୍ନ ହୋଇଥାନ୍ତି ।ଆଜି ବେଲଗୁଣ୍ଠା ସହରର ବିଭିନ୍ନ ଦୋକାନରେ ଲାଗିଥିଲା ପ୍ରବଳ ଭିଡ ।କିଏ ସୁନା କିଣୁଥିଲା ତ କିଏ ରୁପା ଆଉ କିଏ ପିତ୍ତଳର ସାମଗ୍ରୀ ।ଗରିବ ଶ୍ରେଣୀର ଲୋକେ ମଧ୍ୟ ଘରକୁ କିଛି ନା କିଛି ଜିନିଷ କିଣି ନେବାରେ ବ୍ୟସ୍ତ ଥିଲେ । କିନ୍ତୁ ବେଲଗୁଣ୍ଠା ପ୍ରେସ୍ କ୍ଳବ ଆଜି ନିଆରା ଢଙ୍ଗରେ ଧନତେରସକୁ ପାଳନ କରିଛି । ବେଲଗୁଣ୍ଠାରେ ଗତବର୍ଷ ପ୍ରତିଷ୍ଠିତ ଧନର ଲକ୍ଷ୍ମୀ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଏକ କାନ୍ଥ ଫ୍ୟାନ୍ ପ୍ରଦାନ କରିଛି ପ୍ରେସ୍ କ୍ଳବ ବେଲଗୁଣ୍ଠାର ସମସ୍ତ ସଦସ୍ୟ ।ଆଜି ଧନତେରସ୍ ଅବସରରେ ବେଲଗୁଣ୍ଠା ର ପ୍ରାୟ ୧୪ ଟି ସୁନା ଦୋକାନ ତଥା ୧୫ ରୁ ଅଧିକ କଂସା ପିତ୍ତଳ ଦୋକାନରେ ସକାଳୁ ଲାଗିଥିଲା ପ୍ରବଳ ଭିଡ । ବିଭିନ୍ନ ପ୍ରକାରର ଧାତବ ମୌଳିକ ସାମଗ୍ରୀ କ୍ରୟ କରିଥିଲେ ଗ୍ରାହକ ।୧୪ ଟି ଅଳଙ୍କାର ଦୋକାନରେ ପ୍ରାୟ ୪୯ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ୟବସାୟ ହୋଇଥିବା ସୂଚନା ମିଳିଛି । କିଛି ପ୍ରେସ୍ କ୍ଳବ ବେଲଗୁଣ୍ଠା ତରଫରୁ ନିଷ୍ପତ୍ତି ନିଆଯାଇ ପବିତ୍ର ଧନତେରସ ଅବସରରେ ମହାଲକ୍ଷ୍ମୀ ମନ୍ଦିରକୁ ଏକ ବଜାଜ୍ କମ୍ପାନୀର କାନ୍ଥ ଫ୍ୟାନ୍ ପ୍ରଦାନ କରାଯାଇଛି ।ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଓ ଉପସଭାପତି ପ୍ରଭାତ କୁମାର ସାହୁଙ୍କ ଉପସ୍ଥିତିରେ ପଣ୍ଡିତ ଶ୍ୟାମସୁନ୍ଦର ପଣ୍ଡା ଓ ପରିଚାଳନା କମିଟି ସମ୍ପାଦକ ରାଧାମୋହନ ଦାସଙ୍କୁ ଏହି ଫ୍ୟାନ୍ ପ୍ରଦାନ କରାଯାଇଛି । ପ୍ରେସ୍ କ୍ଳବର ସମସ୍ତ ସଦସ୍ୟଙ୍କ ସହଯୋଗରେ ଏହା ସମ୍ଭବ ହୋଇଥିବା ବେଳେ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ସହଯୋଗ କରି ଆମେ ପ୍ରକୃତ ଧନତେରସ୍ ପାଳନ କରିଛୁ ବୋଲି ଉପସଭାପତି ପ୍ରଭାତ କୁମାର ସାହୁ ପ୍ରକାଶ କରିଛନ୍ତି । ଏ ନେଇ ମନ୍ଦିର ପରିଚାଳନା କମିଟି ମୁଖ୍ୟ ଚିଦାନନ୍ଦ ପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ପ୍ରେସ୍ କ୍ଳବ ବେଲଗୁଣ୍ଠା କୁ ସାଧୁବାଦ ଜ୍ଞାପନ କରିଛନ୍ତିି ।