Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲା ସ୍ତରୀୟ ପ୍ରାକୃତିକ ସଂପଦ ର ସୁବିନିଯୋଗ ବିଜ୍ଞାନମେଳା

କଳାହାଣ୍ଡି, ୧୦/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ହାଇଟେକ୍ ପବ୍ଲିକ୍ ସ୍କୁଲ ରେ ପ୍ରାକୃତିକ ସମ୍ପଦର ସୁବିନିଯୋଗ ବିଜ୍ଞାନ ମେଳା ତା ୦୮.୧୧.୨୦୨୩ ଠାରୁ ୧୦.୧୧.୨୦୨୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି।
ଭାରତ ସରକାର ଙ୍କ ବିଜ୍ଞାନ ଓ ବୈଷୟୀକ ମନ୍ତ୍ରାଳୟ ଓ ସୋସିଓ କଲ୍ ଚୁରାଲ ଡେଭଲପମେଣ୍ଟ ଓଡ଼ିଶାଙ୍କ ସହଯୋଗ ରେ ଏହି ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଆୟୋଜନ କରାଯାଇଥିଲା।
କଳାହାଣ୍ଡି ଜିଲ୍ଲାର ଡିସିସି ଶ୍ରୀ ଦୁଷ୍ମନ୍ତ ପାଢ଼ୀ ବିଜ୍ଞାନ ମେଳା କୁ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଅଲ୍ପନା ପଟ୍ଟନାୟକ, ସଭାପତି ଶ୍ରୀ ଗିରିଶ ଚନ୍ଦ୍ର ବେହେରା, ଚେୟାରମେନ ଶ୍ରୀ ସତ୍ୟଜିତ କର୍ ଶ୍ରୀ ପ୍ରକାଶ ନିଶାଙ୍କ, ଶ୍ରୀ ରବୀନ୍ଦ୍ର ପଟ୍ଟନାୟକ, ଶ୍ରୀ ଶୁଭେନ୍ଦୁ ବେହେରା , ଡକ୍ଟର ପରେମେଶ୍ୱର୍ ମୁଣ୍ଡ, ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀ ଜୟନ୍ତ ବେହେରା ମଞ୍ଚାସିନ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ।
ବିଭିନ୍ନ ଦିବସରେ ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ପାୱାର ପଏଣ୍ଟ ମାଧ୍ୟମରେ ବିଜ୍ଞାନ ସମ୍ବଧ ଗୁଡିକୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରଦର୍ଶୀତ ହୋଇଥିଲା। ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ ମାନେ ବିଜ୍ଞାନ କୁଇଜ୍ ଓ ଚିତ୍ର କଳା ରେ ଭାଗ ନେଇଥିଲେ।
ଏହି ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ରେ ୪୫୩ ଟି ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶୀତ ହୋଇଥିଲା। ଏହା ସହିତ ୭୨ ଟି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶୀତ ହୋଇଥିଲା।
ବରିଷ୍ଟ ବିଜ୍ଞାନ ଶିକ୍ଷକ ଶ୍ରୀ ଶୁଭେନ୍ଦୁ ଶେଖର ବେହେରା ଓ ଶ୍ରୀ ଯୋଗେନ୍ଦ୍ର ପଟ୍ଟନାୟକ ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାଙ୍କନ କରିଥିଲେ।
ସୋସିଅ କଲ୍ଚୁ ରାଲ ଡେଭ୍ ଲପ୍ ମେଣ୍ଟ ସେଣ୍ଟର ଓଡ଼ିଶା ର ଅଧ୍ୟକ ଶ୍ରୀ ବନମାଳୀ ସାହୁ କାର୍ଯ୍ୟ କ୍ରମରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରାକୃତିକ ସଂପଦ ର ସୁବିନିଯୋଗ କରିବା ପାଇଁ ମତ ପ୍ରକାଶ କରିଥଲେ।
ଏହି ଅବସରରେ ଆୟୋଜିତ ଚିତ୍ରାଙ୍କନ, କୁଇଜ୍, ସାଂସ୍କୃତିକ ଓ ବିଜ୍ଞାନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା।
ଏହି ଉତ୍ସବରେ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଶିକ୍ଷକ-ଶିକ୍ଷୟତ୍ରୀ ତଥା ଅଭିଭାବକ ଯୋଗ ଦେଇଥିଲେ।
ବିଦ୍ୟାଳୟ ର ଶ୍ରୀ ସୌରଭ ପ୍ରକାଶ ପଣ୍ଡା, ଦୀପ୍ତିମୟୀ ସାହୁ , ଶ୍ରୀ ଭି ସୁରେନ୍ଦ୍ରନାଥ ରାଓ, ଆରତୀ ମିଶ୍ର, ଶ୍ରୀମତୀ ପ୍ରିୟଙ୍କା ମିଶ୍ର ମଞ୍ଚପରିଚାଳନା କରିଥଲେ ।
ଉଦଯାପନୀ ଦିବସରେ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଅଳ୍ପନା ପଟ୍ଟନାୟକ , ଇନ୍ଦିରା ଦେବୀ, ଦିଲ୍ଲିପ ପରିଡ଼ା , ରୋଷନି ଶୋୟେ ମୁର୍ମୁ , ମଳୟ ପଣ୍ଡା, ନମିତା ପଣ୍ଡା ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଯୋଗ ରେ କାର୍ଯ୍ୟ କ୍ରମଟିକୁ ସମାପ୍ତ କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ଶ୍ରୀ ଗୋପାଳ ମୁଣ୍ଡ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହି ତ୍ରୀ-ଦିବସୀୟ କାର୍ଯ୍ୟ କ୍ରମଟି ବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ତଥା ବରିଷ୍ଠ ଶିକ୍ଷକ ଶ୍ରୀ ଶିବରାମ ମିଶ୍ରଙ୍କ ତତ୍ଵାବଧାନରେ ସୁଚାରୁ ରୂପେ ସମାପ୍ତ କରାଗଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ