Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର ଟେଙ୍ଗାର ଧକା ଜଣେ ମୃତ୍ୟୁ

ସେମିଳିଗୁଡା 10/11 ରାତି ପାହୁ ପାହୁ ଦୁର୍ଘଟଣା ରେ ସେମିଳିଗୁଡା ର ଜଣେ ଲୁଗା ବ୍ୟବସାୟୀ ଙ୍କ ମୃତ୍ୟୁ ହେବା ଯୋଗୁ ପୁରା ସହର ସ୍ତବ୍ଧ ହୋଇ ପଡିଛି
ସୂଚନା ରୁ ପ୍ରକାଶ ଯେ କୁନ୍ଦୁଲି ହାଟ ରେ ବ୍ୟବସାୟ କରିବା ପାଇଁ ସେମିଳିଗୁଡା ର ଲୁଗା ବ୍ୟବସାୟୀ ଶ୍ରୀ ଏ. ତ୍ରିନାଥ ରାଓ ଓ ଡ୍ରାଇଭର ଉଜ୍ୱଳ ପ୍ରଧାନୀ ସକାଳେ ନିଜ ମାରୁତି ଓମିନି କାର ଯୋଗେ ବାହାରିଥିଲେ ତେବେ ସେମିଳିଗୁଡା ଠାରୁ ପ୍ରାୟ 6 କିମି ଦୂର ମାଳି ଡଳିଆମ୍ବ ବୁଲାଣୀ ନିକଟରେ ବିଶାଖାପାଟଣା ରୁ ଆସୁଥିବା ଏକ ତେଲ ବୋଝେଇ ଟ୍ୟାଙ୍କର ସହ କାର ର ମୁହାଁ ମୁହିଁ ଧକ୍କା ହେବା ଫଳରେ କାର ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯିବା ସହ ଉଭୟ ତା ଭିତରେ ଚାପି ହୋଇ ରହିଯାଇଥିଲେ ହୋଇଯାଇଥିଲା ସ୍ଥାନୀୟ ଲୋକେ ଶାବଳ ସାହାଯ୍ୟ ରେ ଗାଡି ତାଡି ଉଭୟ ଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ତ୍ରିନାଥ ଙ୍କ ର ମୃତ୍ୟୁ ହୋଇ ଯାଇଥିଲା ଖବର ପାଇ ସେମିଳିଗୁଡା ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଉଭୟ ଙ୍କୁ କୁନ୍ଦୁଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଇଥିବା ବେଳେ ଉଜ୍ଜଳ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ପଠାଇ ଦିଆଯାଇଛି ସେମିଳିଗୁଡା ପୋଲିସ ପକ୍ଷରୁ ଉଭୟ ଗାଡି କୁ ଜବତ କରାଯାଇ 154/23 ରେ ମାମଲା ରୁଜୁ କରାଯଇଛି ଏସ ଆଇ ଦିଗାନ୍ତ ବିହାରୀ ପ୍ରଭୁ ସହାୟ ଘଟଣା ର ତଦନ୍ତ କରୁଛନ୍ତି
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ