Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସୁଛି ଲଘୁଚାପ, ନଭେମ୍ବର ତୃତୀୟ ସପ୍ତାହରେ ହେବ ବଡ଼ ବର୍ଷା !

ଭୁବନେଶ୍ଵର: ଶୀତ ସମୟରେ ହେବ ବର୍ଷା। ଆସନ୍ତା ୧୪ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୧୬ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏହା ଘନୀଭୂତ ହେବ। ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏ ନେଇ ଶନିବାର ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଶୀତ ପ୍ରଭାବ ପଡ଼ିଲାଣି। ବର୍ତ୍ତମାନ ଧାନକଟା ଚାଲିଛି। ଏହି ସମୟରେ ଲଘୁଚାପଜନିତ ବର୍ଷା ଚାଷୀଙ୍କୁ ଧାନ ଅମଳରେ ସମସ୍ୟାରେ ପକାଇପାରେ। ଚଳିତ ବର୍ଷ ସେମିତିରେ ସ୍ଵାଭାବିକଠୁ କମ ବର୍ଷା ହୋଇଛି। ଯେଉଁ ସମୟରେ ଚାଷ ପାଇଁ ପାଣି ଦରକାର ସେହି ସମୟରେ ଠିକ୍ ପରିମାଣର ବର୍ଷା ହୋଇ ନ ଥିଲା। ଏଭଳି ସ୍ଥିତିରେ ନଭେମ୍ବର ତୃତୀୟ ସପ୍ତାହ ଆଡ଼କୁ ଲଘୁଚାପରେ ବଡ଼ ବର୍ଷା ହେଲେ ଚାଷୀଙ୍କ ଦୁଃଖକୁ ଆହୁରି ବଢାଇପାରେ।