Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵକପ୍ ୨୦୨୩ରେ ପ୍ରଶଂସକଙ୍କ ପ୍ରବଳ ଭିଡ଼, ଏ ପର୍ଯ୍ୟନ୍ତ ଦେଖି ସାରିଲେଣି ଏତିକି ଲକ୍ଷ ଦର୍ଶକ

ନୂଆଦିଲ୍ଲୀ: ଭାରତରେ ଯେତେବେଳେ ବିଶ୍ଵକପ ୨୦୨୩ ଆରମ୍ଭ ହେଲା, ସେହି ସମୟରେ ଖାଲି ଷ୍ଟାଡିୟମର ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଥିଲା। ବିଶ୍ଵ କ୍ରିକେଟରେ ଏମିତି ସନ୍ଦେଶ ଯାଇଥିଲା ଯେ, ଭାରତରେ ଦିନିକିଆ ବିଶ୍ଵକପ୍ ଦେଖିବାକୁ ପ୍ରଶଂସକ ଉତ୍ସାହିତ ନାହାନ୍ତି। ତେବେ ଆଇସିସିର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ଜାରି ବିଶ୍ଵକପ ୨୦୨୩ରେ ଷ୍ଟାଡିୟମରେ ଏ ପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଦର୍ଶକ ଖେଳର ମଜା ଉଠାଇ ସାରିଲେଣି। ଏହା ଆଇସିସି ଟୁର୍ଣ୍ଣାମେଣ୍ଟରେ ଏ ପର‌୍ୟ୍ୟନ୍ତ ସବୁଠୁ ଅଧିକ ଦେଖା ଯାଇଥିବା ବିଶ୍ଵକପ୍।

ଏହି ଉପଲବ୍ଧି ଉପରେ ଆଇସିସିର ହେଡ୍ ଅଫ ଇଭେଣ୍ଟର କ୍ରିସ୍ ଟେଟଲୀ କହିଛନ୍ତି, ଏକ ମିଲିୟନରୁ ଅଧିକ ଦର୍ଶକ ରେକର୍ଡ ଭ୍ୟୁଅରସିପ୍ ସହିତ ଆଇସିସି ପୁରୁଷ ବିଶ୍ଵକପ୍ ୨୦୨୩ ସମଗ୍ର ଦୁନିଆର କ୍ରିକେଟ୍ ପ୍ରଶଂସକଙ୍କୁ ଦିନିକିଆ ଫର୍ମାଟରେ ସମର୍ଥନ ଓ ରୁଚି କେମିତି ରହିଛି ତାହା ଦର୍ଶାଇ ଦେଇଛି। ଯେମିତି ନକଆଉଟ୍ ପର୍ଯ୍ୟାୟ ଆସିବ ଚଳିତ ବିଶ୍ଵକପ୍ ଅଧିକ ରେକର୍ଡ ଭାଙ୍ଗିବ ଓ ଗୋଟିଏ ଦିନରେ କ୍ରିକେଟ୍ ଇତିହାସରେ ଦର୍ଶକ ଦୃଷ୍ଟିରୁ ଇତିହାସ ରଚିବ।

ଆଜି ଲିଗ ପର୍ଯ୍ୟାୟରେ ଦୁଇଟି ମ୍ୟାଚ୍ ଖେଳା ଯାଉଛି। ଏହା ସହିତ ୧୨ ତାରିଖରେ ଭାରତ ଓ ନେଦରଲ୍ୟାଣ୍ଡ୍ସ ମଧ୍ୟରେ ମ୍ୟାଚ୍ ବାକି ରହିଛି। ଏହା ବ୍ୟତୀତ ସେମି ଫାଇନାଲ୍ ଓ ଗୋଟିଏ ଫାଇନାଲ୍ ମ୍ୟାଚ୍ ବାକି ରହିଛି। ତେଣୁ ଦର୍ଶକ ଦୃଷ୍ଟିରୁ ଏଥର ଆୟୋଜନ ସମସ୍ତ ରେକର୍ଡ ଭାଙ୍ଗିବା ସହିତ ନୂତନ କୀର୍ତ୍ତିମାନ ସ୍ଥାପନ କରିବ ବୋଲି ଆଇସିସି ଆଶା ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ