Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୋବରରେ ମା ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ

ବେଲଗୁଣ୍ଠା,11/11 ,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ମୁଖ୍ୟ ସଡକ ସ୍ଥିତ ଶ୍ରୀ କପିଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଛି ଚଳିତ ବର୍ଷର ମାଆ ଶ୍ୟାମାକାଳୀଙ୍କ ପୂଜା ଉତ୍ସବ I ଏହି ପୁଜା ଅବସରରେ ଗୋବରା ଗ୍ରାମରେ କଳସ ଯାତ୍ରା ସହିତ ପୂଜା ମଣ୍ଡପରେ ମଣ୍ଡଳା ଭରଣ,ନ୍ୟାସ ପୂଜା, ମୃଣ୍ମୟ ଜୀବଦାନ ଏବଂ ଆଳତୀ ଅନୁଷ୍ଠିତ ହୋଇଯାଇଛି I ଏହି ପୂଜା ଆସନ୍ତା ରବିବାର 19 ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ରବିବାର ଦିନ ଦେବୀଙ୍କ ବିସର୍ଜ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରସାଦ ସେବନ ଭଳି କାର୍ଯ୍ୟକ୍ରମମାନ ଆୟୋଜିତ ହେବ ବୋଲି ସୂଚନା ମିଳିଛି I ମାଆଙ୍କ ପୂଜା ଦେଖିବାକୁ ଆଖପାଖ ଅଞ୍ଚଳରୁ ଭକ୍ତଙ୍କ ସୁଅ ଛୁଟିଥିବା ବେଳେ ଆଗାମୀ ଦିନ ମାନଙ୍କରେ ଭକ୍ତଙ୍କ ଗହଳି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି I କାର୍ଯ୍ୟକ୍ରମରେ କପିଳେଶ୍ଵର ଯୁବକ ସଙ୍ଘ ର ସଦସ୍ୟ ମାନେ କାର୍ଯ୍ୟକ୍ରମକୁ ଦାୟିତ୍ୱ ତୁଲାଇଥିବା ବେଳେ ମାଙ୍କ ମେଢ ଓ ସାଜସଜା ଆକର୍ଷଣୀୟ ହୋଇଛି ।ଏହି କାର୍ଯ୍ୟକ୍ରମରେ ଗୋବରା ଏବଂ ବାସୁଦେବପୁର ଗ୍ରାମବାସୀ ସହଯୋଗ କରୁଛନ୍ତି I