Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Happy Diwali 2023: ୫ ହଜାର ବର୍ଷ ପୂର୍ବେ ପାକିସ୍ତାନର ଏହି ସ୍ଥାନରୁ ଜଳିଥିଲା ଦୁନିଆର ପ୍ରଥମ ଦୀପ, ଜାଣନ୍ତୁ ଦୀପାବଳିର ରୋଚକ ଇତିହାସ

ଭୁବନେଶ୍ଵର: ପୂରା ଦେଶରେ ଆଜି ଆଲୋକର ପର୍ବ ଦୀପାବଳିକୁ ବେଶ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ଗାଁଠୁ ନେଇ ସହର ଯାଏ ସବୁଠି ମାହୋଲ ଉତ୍ସବ ମୁଖର। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ନଭେମ୍ବର ୧୧ ତାରିଖରେ ଅଯୋଧ୍ୟାରେ ଦୀପାବଳି ଉପଲକ୍ଷେ ଦୀପ ଜଳାଇ ବିଶ୍ଵ ରେକର୍ଡ କରାଯାଇଛି। ଦୀପାବଳିର ଦୁଇଟି ଚେହେରା ରହିଛି, ଗୋଟିଏ ହେଉଛି ଘର ଭିତର ଯେଉଁଠି ଲକ୍ଷ୍ମୀ ଓ ଗଣେଶଙ୍କ ପୂଜା କରାଯାଏ। ଦ୍ଵିତୀୟଟି ହେଉଛି ରଙ୍ଗ ବେରଙ୍ଗ ଆଲୋକମାଳା, ଦୀପରେ ଝସଲି ଉଠୁଥିବା ଘର। ଲୋକେ ବାଣ ଫୁଟାଇ ଏହି ପର୍ବକୁ ବେଶ ଜାକଜମକର ସହ ପାଳନ କରିଥାନ୍ତି।

ଏହି ସବୁ ମଧ୍ୟରେ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରେ ଯେ, ଦୀପାବଳି ପାଳନ କରିବାର ପରମ୍ପରା କେବେ ଆରମ୍ଭ ହେଲା। କେବେଠୁ ଏବଂ କେଉଁଠି ଲୋକେ ଦୀପ ଜଳାଇବା ଆରମ୍ଭ କଲେ, କେବେ ଏମିତି ବାଣ ଫୁଟାଯାଇ ଦୀପାବଳି ପାଳନ ଆରମ୍ଭ ହେଲା। ଚାଲନ୍ତୁ ଜାଣିବା ଏ ସମ୍ପର୍କରେ କିଛି ରୋଚକ ତଥ୍ୟ।

ହିନ୍ଦୁ ଧର୍ମ ଗ୍ରନ୍ଥ ସ୍କନ୍ଦପୁରାଣ ଓ ଅଗ୍ନିପୁରାଣରେ ଆଲୋକର ଏହି ପର୍ବ ବିଷୟରେ ଉଲ୍ଲେଖ ରହିଛି। କୁହାଯାଏ ତ୍ରେତୟାଯୁଗ ପରେ ଦୀପାବଳି ଦ୍ଵାପର ଯୁଗରେ ପାଳନ କରାଯାଇ ଆସୁଛି। ସେହି ସମୟରେ ଏହାକୁ ପାଞ୍ଚ ଦିନ ଧରି ପାଳନ କରାଯାଉଥିଲା। କୁହାଯାଏ ଦୀପାବଳି ପାଳନ କରିବାର ପରମ୍ପରା ୫ ହଜାର ବର୍ଷ ତଳର। ସ୍କନ୍ଦ ପୁରାଣର କାର୍ତ୍ତିକ ମହାତ୍ମ୍ୟରେ ଭଗବାନ ଶ୍ରୀକୃଷ୍ଣ ଦୀପକୁ ସୂର୍ଯ୍ୟର ଅଂଶ କରିଥିଲେ।

ସ୍କନ୍ଦ ପୁରାଣ ଅନୁଯାୟୀ, ସର୍ବପ୍ରଥମେ ମଦ୍ର ରାଜ୍ୟର ଲୋକେ ଦୀପ ଜଳାଇଥିଲେ। ଆମେ ଯେଉଁ ମଦ୍ର ରାଜ୍ୟର କଥା କହୁଛନ୍ତି ତାହା ବର୍ତ୍ତମାନ ପାକିସ୍ତାନର ତକ୍ଷଶିଳା(ପିଓକେ) ଓ କାଶ୍ମୀର ମଝିରେ ଅବସ୍ଥିତ। ପୌରାଣିକ ଲୋକକଥା ଅନୁସାରେ ଯେତେବେଳେ ଦୈତ୍ୟରାଜ ବଳିକୁ ଦୀପଦାନ ବିଷୟରେ ଜଣା ପଡ଼ିଲା ସେ ନିଜ ରାଜ୍ୟରେ ଦୀପ ଜଳାଇବା ପରମ୍ପରା ଆରମ୍ଭ କଲେ। ତେଣୁ କୁହାଯାଏ ୫ ହଜାର ବର୍ଷ ପୂର୍ବେ ପାକିସ୍ତାନର ଏହି ସ୍ଥାନରୁ ଦୁନିଆର ପ୍ରଥମ ଦୀପ ଜଳିଥିଲା।

କେଉଁଠି ମିଳିଲା ପ୍ରଥମ ଦୀପ

ସିନ୍ଧୁ ଘାଟି ସଭ୍ୟତାରୁ ପ୍ରାୟ ୫୦୦୦ ହଜାର ବର୍ଷ ପୂର୍ବେ ମାଟିର ଦୀପ ବ୍ୟବହାର କରାଯାଉଥିବାର ପ୍ରମାଣ ମିଳି ସାରିଛି। ସର୍ବପ୍ରଥମେ ସିନ୍ଧୁ ଘାଟିରେ ଖୋଦେଇ ସମୟରେ ମେହରଗଢରେ ମାଟିର ପ୍ରାଚୀନ ଦୀପ ପ୍ରତ୍ନତତ୍ଵ ବିଭାଗର ଦଳକୁ ମିଳିଥିଲା। ପରେ ଏହାର କାର୍ବନ ଡେଟିଂ କରାଯିବାରୁ ଜଣା ପଡ଼ିଥିଲା ଯେ, ଏହା ୫୦୦୦ ବର୍ଷ ପୁରୁଣା ଦୀପ। ଏହା ବ୍ୟତୀତ ଭାରତର ସଙ୍ଘଲରେ ମଧ୍ୟ ଏମିତି ଘଟଣା ଘଟି ସାରିଛି। ଏଠାରୁ ୨୫୦୦ ବର୍ଷ ପୂର୍ବେ ମୌର‌୍ୟ୍ୟଯୁଗର ଦୀପ ମିଳି ସାରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ