Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେଦରଲ୍ୟାଣ୍ଡ୍ସ ମୁକାବିଲାରେ ଡେବ୍ୟୁ କରି ପାରନ୍ତି ପ୍ରସିଦ୍ଧ କୃଷ୍ଣ, ଏମିତି ରହିପାରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ

ବେଙ୍ଗାଲୁରୁ: ବିଶ୍ଵକପ୍ ୨୦୨୩ରେ ଆଜି ଲିଗ୍ ପର୍ଯ୍ୟାୟର ୪୫ତମ ଅର୍ଥାତ ଶେଷ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ନେଦରଲ୍ୟାଣ୍ଡ୍ସ। ଭାରତୀୟ ଦଳ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରି ସାରିଥିବାରୁ ଆଜିର ମ୍ୟାଚ୍ ଦଳ ପାଇଁ ଏକ ଅଭ୍ୟାସ୍ ମ୍ୟାଚ୍ ପରି ରହିଛି। ତେଣୁ ଏହି ମୁକାବିଲାରେ ଲଗାତାର ଖେଳୁଥିବା ଜଣେ କିମ୍ବା ଦୁଇ ଜଣ ବୋଲରଙ୍କୁ ବିଶ୍ରାମ ଦିଆଯାଇପାରେ।

ଅନ୍ୟପଟେ ବିଶ୍ଵକପର ସେମି ଫାଇନାଲରୁ ବାଦ୍ ପଡ଼ି ସାରିଥିବା ନେଦରଲ୍ୟାଣ୍ଡ୍ସ ପାଇଁ ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ଯୋଗ୍ୟତା ଅର୍ଜନ ପାଇଁ ଏହା ହେଉଛି ଶେଷ ମ୍ୟାଚ୍। ଯଦି ଦଳ ମ୍ୟାଚ୍ ଜିତିଯାଏ ତେବେ ବାଂଲାଦେଶକୁ ପଛରେ ପକାଇ ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରି ପାରିବ।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ବ୍ୟତୀତ ବିଶ୍ଵକପ୍ ୨୦୨୩ର ଟପ୍ ୭ଟି ଦଳକୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଖେଳିବାର ସୁଯୋଗ ମିଳିବ। ଆୟୋଜକ ହିସାବରେ ପାକିସ୍ତାନ ପ୍ରଥମରୁ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛି। ବର୍ତ୍ତମାନ ନେଦରଲ୍ୟାଣ୍ଡ୍ସ ପଏଣ୍ଟ ଟେବୁଲରେ ସବୁଠୁ ତଳେ ରହିଛି। ତେଣୁ ଦଳକୁ ଆଜିର ମ୍ୟାଚ୍ ଯେମିତି ହେଲେ ଜିତିବାକୁ ପଡ଼ିବ।

କେମିତି ରହିବ ଭାରତର ଚୂଡ଼ାନ୍ତ ଏକାଦଶ

ମ୍ୟାଚ୍ ପୂର୍ବରୁ କୋଚ୍ ରାହୁଲ ଦ୍ରାବିଡ଼ ଏହି କହି ସାରିଛନ୍ତି ଯେ, ଭାରତୀୟ ଦଳ ସେମି ଫାଇନାଲ୍ ପୂର୍ବରୁ କୌଣସି ପ୍ରକାରର ରଣନୀତି ପ୍ରୟୋଗ କରିବ ନାହିଁ। ହେଲେ ସେ କିଛି ଖେଳାଳିଙ୍କୁ ବିଶ୍ରାମ ଦେବା କଥାକୁ ମଧ୍ୟ ମନା କରି ନାହାନ୍ତି। ସମ୍ଭବତଃ ଆଜି ଭାରତୀୟ ଦଳ ଯଶପ୍ରୀତ ବୁମରା ଓ କୁଲଦୀପ ଯାଦବଙ୍କୁ ବିଶ୍ରାମ ଦେଇ ପ୍ରସିଦ୍ଧ କୃଷ୍ଣ ଓ ଆର ଅଶ୍ଵିନଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେଇପାରେ।

ଭାରତୀୟ ଦଳ- ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ସୂର‌୍ୟ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ/ଆର ଅଶ୍ଵିନ, ଯଶପ୍ରୀତ ବୁମରା/ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ଶାମି, ମହମ୍ମଦ ସିରାଜ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ