Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ସମୁଦ୍ର ବେଳାଭୂମିରେ ବି ମିଳିବ ମଦ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନରେ ଉନ୍ନତି ଆଣିବା ଲାଗି ନୂଆ ନୂଆ ପରିବର୍ତ୍ତନ ଆଣୁଛନ୍ତି ସରକାର। ପର୍ଯ୍ୟଟନର ମୁଖ୍ୟ ଆକର୍ଷଣ ହେଉଛି ସି ବିଚ୍‌ ଅର୍ଥାତ୍‌ ସମୁଦ୍ର ବେଳାଭୂମି। ପର୍ଯ୍ୟଟନକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ସମୁଦ୍ର ବେଳାଭୂମିରେ ମଦ ବିକ୍ରିକୁ ଅନୁମତି ଦେଇଛନ୍ତି। ସୂଚନା ଅନୁଯାୟୀ ବେଳାଭୂମି ତଥା ରାଜ୍ୟରେ ନିର୍ମିତ ବିଭିନ୍ନ ଜଳାଶୟ, ହ୍ରଦ, ନଦୀ କୂଳ, ଡ୍ୟାମ୍‌ ନିକଟରେ ମଦ ଉପଲବ୍ଧ ହେବ।
ଗୁରୁବାର ଘୋଷଣା କରାଯାଇଥିବା ନୂଆ ଅବକାରୀ ନୀତି ଅନୁଯାୟୀ ୨୦୨୩-୨୪ରେ ଏଭଳି ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି।

ଏଥିରେ ଉଲ୍ଲେଖ ରହିଛି ଯେ ରାଜ୍ୟ ସମସ୍ତ ବେଳାଭୂମି ଗୁଡିକରେ ମଦ ଦୋକାନ ଖୋଲିବ। ଏହାସହିତ ଏହି ଲାଇସେନ୍ସ କେବଳ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମକୁ ଦିଆଯିବ। କୌଣସି ଘରୋଇ ଅପରେଟରଙ୍କୁ ଦିଆଯିବ ନାହିଁ। ସମୁଦ୍ର ବେଳାଭୂମି ବ୍ୟତୀତ ରାଜ୍ୟର ବିଭିନ୍ନ ଜଳାଶୟ, ହ୍ରଦ, ନଦୀ କୂଳ, ଡ୍ୟାମ୍‌ ନିକଟରେ ମଦ ଦୋକାନ ଖୋଲାଯିବ। ପ୍ରତି ବେଳାଭୂମିରେ ମଦ ଦେକୋନ ପାଇଁ ବାର୍ଷିକ ଲାଇସେନ୍ସ ଫି ବାବଦକୁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। ନୂଆ ନୀତି ଅନୁଯାୟୀ ବର୍ଷକ ମଧ୍ୟରେ ନୂଆ ମଦ ‘ଅଫ୍‌ ସପ୍‌’ ପାଇଁ ଲାଇସେନ୍ସ ମିଳିବ ନାହିଁ।

ତେବେ ପର୍ଯ୍ୟଟନର ଅଗ୍ରଗତି ଯୋଗୁ ସରକାରଙ୍କ ଏପରି ମଦ ବିକ୍ରିକୁ ପ୍ରୋତ୍ସାହିତ କରିବା ପରିବେଶକୁ ଖରାପ କରିପାରେ ବୋଲି କହିଛନ୍ତି ‘ନିଶା ମୁକ୍ତି ଅଭିଯାନ’ର ସଭାପତି ପଦ୍ମ ଚରଣ ନାୟକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ