Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IND vs NED:  ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଆଜି ବିଶ୍ଵକପ୍ ୨୦୨୩ର ଶେଷ ଲିଗ୍ ମ୍ୟାଚ୍ ଭାରତ ଓ ନେଦରଲ୍ୟାଣ୍ଡ୍ସ ମଧ୍ୟରେ ଖେଳା ଯାଉଛି। ଭାରତ ପୂର୍ବରୁ ସେମି ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିବା ବେଳେ ଏହି ମ୍ୟାଚ୍ ଦଳ ପାଇଁ ଏକ ଅଭ୍ୟାସ୍ ମ୍ୟାଚ୍ ପରି ରହିଛି। ମୁକାବିଲାରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଦଳରେ ଯେଉଁ ପରିବର୍ତ୍ତନ କଥା କୁହାଯାଉଥିଲା, ତାହା ହୋଇ ନାହିଁ। ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରହିଛି। ନେଦରଲ୍ୟାଣ୍ଡ୍ସ ଦଳରେ ମଧ୍ୟ କୌଣସି ପରିବର୍ତ୍ତନ ଘଟିନାହିଁ।

ଅନ୍ୟପଟେ ବିଶ୍ଵକପର ସେମି ଫାଇନାଲରୁ ବାଦ୍ ପଡ଼ି ସାରିଥିବା ନେଦରଲ୍ୟାଣ୍ଡ୍ସ ପାଇଁ ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ଯୋଗ୍ୟତା ଅର୍ଜନ ପାଇଁ ଏହା ହେଉଛି ଶେଷ ମ୍ୟାଚ୍। ଯଦି ଦଳ ମ୍ୟାଚ୍ ଜିତିଯାଏ ତେବେ ବାଂଲାଦେଶକୁ ପଛରେ ପକାଇ ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରି ପାରିବ।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ବ୍ୟତୀତ ବିଶ୍ଵକପ୍ ୨୦୨୩ର ଟପ୍ ୭ଟି ଦଳକୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଖେଳିବାର ସୁଯୋଗ ମିଳିବ। ଆୟୋଜକ ହିସାବରେ ପାକିସ୍ତାନ ପ୍ରଥମରୁ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛି। ବର୍ତ୍ତମାନ ନେଦରଲ୍ୟାଣ୍ଡ୍ସ ପଏଣ୍ଟ ଟେବୁଲରେ ସବୁଠୁ ତଳେ ରହିଛି। ତେଣୁ ଦଳକୁ ଆଜିର ମ୍ୟାଚ୍ ଯେମିତି ହେଲେ ଜିତିବାକୁ ପଡ଼ିବ।

ଭାରତୀୟ ଦଳ- ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ସୂର‌୍ୟ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ