Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରିଲା ବିଶ୍ଵକପ୍ ୨୦୨୩ର ଲିଗ୍ ପର୍ଯ୍ୟାୟ, ବିରାଟ ଟପ୍ ସ୍କୋରର, ଜାଣନ୍ତୁ ବୋଲିଂ କିଙ୍ଗ୍ କିଏ

ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ବିଶ୍ଵକପ୍ ୨୦୨୩ର ଲିଗ୍ ପର୍ଯ୍ୟାୟ ସମାପ୍ତ ହୋଇ ସାରିଛି। ଟୁର୍ଣ୍ଣାମେଣ୍ଟରେ କେବଳ ୩ଟି ମ୍ୟାଚ୍ ବାକି ରହିଛି। ଏଥିରେ ଦୁଇଟି ସେମି ଫାଇନାଲ୍ ଓ ଫାଇନାଲ୍ ରହିଛି। ଲିଗ୍ ପର୍ଯ୍ୟାୟରେ ବ୍ୟାଟରଙ୍କ ବ୍ୟାଟରୁ ଖୁବ୍ ରନ ବର୍ଷିଥିବା ବେଳେ ବୋଲର ମଧ୍ୟ ନିଜର ଦମ ଦେଖାଇଛନ୍ତି। ଆଉ ପଏଣ୍ଟ ଟେବୁଲରେ ଭାରତ ୯ଟି ମ୍ୟାଚରୁ ୯ଟି ଜିତି ଶୀର୍ଷରେ ରହିଛି। ତେବେ ଚାଲନ୍ତୁ ଜାଣିବା ବ୍ୟାଟର ଓ ବୋଲିଂ ତାଲିକାର ଟପ୍ ୫ରେ କେଉଁ ଖେଳାଳି ରହିଛନ୍ତି।

ଲିଗ୍ ପର୍ଯ୍ୟାୟ ପରେ ବିରାଟ କୋହଲି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ହାସଲକାରୀ ବ୍ୟାଟର ତାଲିକାରେ ଶୀର୍ଷରେ ଅଛନ୍ତି। ବୋଲିଂରେ ଅଷ୍ଟ୍ରେଲିଆର ସ୍ପିନର ଆଡମ ଜାମ୍ପା ଏକ ନମ୍ବର ସ୍ଥାନରେ ଅଛନ୍ତି। ବିଶ୍ଵକପ ୨୦୨୩ରେ ସର୍ବାଧିକ ରନ ହାସଲକାରୀ ଟପ୍-୧୦ରେ ତିନି ଭାରତୀୟ ରହିଛନ୍ତି। ଏଥିରେ ବିରାଟ କୋହଲି, ରୋହିତ ଶର୍ମା ଓ ଶ୍ରେୟସ ଆୟର ରହିଛନ୍ତି। ବୋଲିଂରେ ଟପ୍-୧୦ରେ ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଡ଼େଜା ଓ ମହମ୍ମଦ ଶାମି ରହିଛନ୍ତି। ଏହି ପରି ଭାରତୀୟଙ୍କ ଦବଦବା ଆଇସିସି ବିଶ୍ଵକପ୍ ୨୦୨୩ରେ ଦେଖିବାକୁ ମିଳିଛି।

ଟପ୍-୫ ବ୍ୟାଟର ତାଲିକା

୧ – ବିରାଟ କୋହଲି- ୫୯୪ ରନ
୨ – କ୍ଵିଣ୍ଟନ ଡିକକ୍- ୫୯୧ ରନ
୩ – ରଚିନ ରବୀନ୍ଦ୍ର- ୫୬୫ ରନ
୪ – ରୋହିତ ଶର୍ମା- ୫୦୩ ରନ
୫ –ଡେଭିଡ୍ ଓ୍ଵାର୍ଣ୍ଣର- ୪୯୯ ରନ

ଟପ୍-୫ ବୋଲର ତାଲିକା

୧ – ଆଡମ ଜାମ୍ପା- ୨୨ ଓ୍ଵିକେଟ୍
୨ – ଦିଲଶାନ ମଦୁଶଙ୍କା- ୨୧ ଓ୍ଵିକେଟ୍
୩ – ଶାହିନ ଆଫ୍ରିଦି- ୧୮ ଓ୍ଵିକେଟ୍
୪ – ଗେରାଲ୍ଡ କୋଏଟଜୀ- ୧୮ ଓ୍ଵିକେଟ୍
୫ – ଯଶପ୍ରୀତ ବୁମରା- ୧୭ ଓ୍ଵିକେଟ୍

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ