Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ଦଣ୍ଡକାଳୀ ମନ୍ଦିର ପୀଠରେ ଚଣ୍ଡୀପୁଜା ଓ ମା ଶ୍ୟାମାକାଳୀଙ୍କ ପୂଜା,

ବେଲଗୁଣ୍ଠା, 13/11, ବେଲଗୁଣ୍ଠାସ୍ଥିତ ପୁରାତନ ଶ୍ରୀ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ ମନ୍ଦିର ପୀଠରେ ପଣ୍ଡିତ ପ୍ରମୋଦ ପାଟଯୋଶୀଙ୍କ ପୌରୋହିତ୍ୟରେ ଚଣ୍ଡୀ ପାଠ ସହ ପଣ୍ଡିତ ରାଧାକାନ୍ତ ପତି, ଦିଗାମ୍ବର ଷଢଙ୍ଗୀ ଓ ପଞ୍ଚାନନ ଶତପଥୀ ଙ୍କ ପୌରୋହିତ୍ୟରେ ମହାଆଡମ୍ବର ସହକାରେ ଯଥାରୀତିରେ ପୂଜାପାଠ ଅନୁଷ୍ଠିତ ହେଇଯାଇଛି। ଏହି ଦୀପାବଳି ଅବସରରେ ସମସ୍ତ ଦଣ୍ଡୁଆ ବୃନ୍ଦ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ ଏକତ୍ରିତ ହୋଇ ଚତୁଃର୍ଦ୍ଧଶୀ ଦିନ ପ୍ରାତଃ ୯ ଘଣ୍ଟ ସମୟରେ ନଗର ପରିକ୍ରମା କରିବାସହ ଦିବା ଘ୧୦.୩୦ ମିନଟରେ ବିଭିନ୍ନ ମନ୍ଦିରରୁ ଆଜ୍ଞାମାଳ ଅଣାଯାଇଥିଲା , ତତସହିତ ଦଣ୍ଡକାଳୀ ମନ୍ଦିର ପରିସରରେ ମା ଶ୍ୟାମାକାଳୀଙ୍କ ଚଣ୍ଡୀପାଠ ପୂଜା କରାଯାଇ ମାଙ୍କୁ ଆହ୍ୱାନ କରାଯାଇଥିଲା ଓ ପ୍ରସାଦ ସେବନର ବ୍ୟବସ୍ଥା ଆନନ୍ଦ କବିଚନ୍ଦ୍ର ଦଣ୍ଡକାଳୀ ନାଟ୍ୟ ପରିଷଦ କମିଟି ତରଫରୁ ସୁବନ୍ଦୋବସ୍ତ କରାଯାଇଥିଲା। ଦିନତମାମ ମା’ଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା, ମନ୍ଦିର ପରିସରରେ ଘଣ୍ଟ, ମୃଦଙ୍ଗ ଶବ୍ଦରେ ଏକ ଭକ୍ତି ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରରେ ବେଲଗୁଣ୍ଠାର ସମସ୍ତ ପୁରାତନ ଦଣ୍ଡ ଅଧିକାରୀ ଓ ସହରର ବହୁ ମାନ୍ୟଗଣ ବ୍ୟକ୍ତି ଏହି ଉତ୍ସବରେ ଯୋଗ ଦେଇ ମାଙ୍କ ଆଶୀର୍ବାଦ କୃପା ଲାଭ କରିଥିଲେ। ସମସ୍ତ ଅଞ୍ଚଳବାସୀଙ୍କ ହିତ ସକାଶେ ଚତୁଃର୍ଦ୍ଧଶୀ ଦିନ ସନ୍ଧ୍ୟା ୬ ଘଣ୍ଟ ଠାରୁ ହୋମ କାର୍ଯ୍ୟ ଆରମ୍ଭ କରାଯାଇ ରାତ୍ର ୧୧ ଘଣ୍ଟ ପର୍ଯ୍ୟନ୍ତ ଓ ଦୀପାବଳି ଅମାବାସ୍ୟା ଦିନ ରାତ୍ର 8:30 ଋ ପ୍ରାତଃ 5:00 ଘଣ୍ଟ ପର୍ଯ୍ୟନ୍ତ ହୋମକାର୍ଯ୍ୟ କରାଯାଇ ପୂର୍ଣ୍ଣାହୁତି ଦେଇ କାର୍ଯ୍ୟକୁ ସମ୍ପାଦନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ମନୋରଞ୍ଜନ ପାଣିଗ୍ରାହୀ ଓ ସହ ଧର୍ମିଣୀ ସବିତା ପାଣିଗ୍ରାହୀ ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି ଆୟୋଜନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ