Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡା ଉପ-ନିର୍ବାଚନ; ଦୀପାଳି ଦାସ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡା ଆସନ ଖାଲି ପଡ଼ିଥିଲା। ମୁଖ୍ୟ ନିର୍ବାଚନ କମିଶନର ଝାରସୁଗୁଡା ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ନବ ଦାସଙ୍କ ସ୍ଥାନକୁ କିଏ ପୂରଣ କରିବ ସେ ନେଇ ଚର୍ଚ୍ଚା ଲାଗି ରହିଛି। ଏହିସବୁ ଭିତରେ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ନାଁରେ ବିଧାନସଭା ପ୍ରାର୍ଥୀ ଭାବେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରଥମ ଦଳ ଭାବେ ବିଜେଡି ପ୍ରାର୍ଥୀ ଘୋଷଣା କରିଛି।

ସୂଚନା ଥାଉ କି, ମେ ୧୦ରେ ହେବ ଝାରସୁଗୁଡା ଉପ-ନିର୍ବାଚନ। ୧୩ରେ ପ୍ରକାଶ ପାଇବ ନିର୍ବାଚନୀ ଫଳ। ଜାନୁଆରୀ ୨୯ ରେ ପିତାଙ୍କ ମୃତ୍ୟୁ ପରଠାରୁ ଦୀପାଳି ଝାରସୁଗୁଡା ବିଧାନସଭା ନିର୍ବାଚନମଣ୍ଡଳୀରେ ସକ୍ରିୟ ରହିଆସୁଛନ୍ତି। ବିଭିନ୍ନ ସଭା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ବ୍ୟତୀତ ତୃଣମୂଳ ସ୍ତରରେ ଲୋକଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।